ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଛି
by Argus News
Thu, Apr 18 | 11:50 a.m.

ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ଅସହ୍ୟ ହୋଉଛି ଗ୍ରୀଷ୍ମ ପ୍ରବାହ । ଗୁରୁବାର ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଛି । ତାଳଚେର ୩୫.୮ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି । 

ଅଧିକ ପଢନ୍ତୁ ପାଣିପାଗ ଖବର

ସେହିପରି ଅନୁଗୁଳ ଓ ବାଲେଶ୍ୱରରେ ତାପମାତ୍ରା ୩୫ ଡିଗ୍ରୀ, ଜଗତସିଂହପୁରରେ ୩୪.୮, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ତାପମାତ୍ରା ୩୩.୪ ଡିଗ୍ରୀ ରହିଛି । ଗୁରୁବାରଠାରୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆହୁରି ଦୁଇ ୨ରୁ୩ ଦିନ ଯାଏ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କିଛି ଅଞ୍ଚଳରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।

AMIT SHAH
30m ago
ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ
ଅର୍ଗସ ବ୍ୟୁରୋ : ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ି ଦିଅ । ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶାକୁ କୌଣସି ତାମିଲ ବାବୁ ଶାସନ କରିପାରିବେନି କହିଛନ୍ତି ଶା
କାନ୍ସ ଫିଲ୍ମ
47m ago
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେଲେ `ପଞ୍ଚାୟତ'ର ବିନୋଦ
ଅର୍ଗସ ବ୍ୟୁରୋ: ଓ୍ବେବସିରିଜ `ପଞ୍ଚାୟତ' ରେ ବିନୋଦ ଭୂମିକାରେ ନଜର ଆସିଥିବା ଅଭିନେତା ଅଶୋକ ପାଠକ ରାତାରାତି ଲୋକପ୍ରିୟ ହାସଲ କରିଥିଲେ। ଆଉ ତାଙ୍କ ନାଁ ସୋସିଆଲ ମିଡିଆରେ ଖୁବଶୀଘ୍
REFRIGERATION
ବିନା ଫ୍ରିଜରେ ଖାଦ୍ୟ ନଷ୍ଟ ହୋଇଯାଉଛି କି ? ଜାଣନ୍ତୁ କିପରି ରଖିବେ ଖାଦ୍ୟ...
ଅର୍ଗସ ବ୍ୟୁରୋ: ଖରା ଦିନେ ଖାଦ୍ୟ ଫ୍ରିଜରେ ନରଖିଲେ ନଷ୍ଟ ହୋଇଯାଉଛି ନା। ଯେଉଁ ମାତ୍ରାରେ ଖରା ହେଉଛି ଖାଦ୍ୟ ନଷ୍ଟ ହେବା ସୁନିଶ୍ଚିତ। ତେବେ ବିନା ଫ୍ରିରେ ଖାଦ୍ୟକୁ କିପରି ସତେଜ ରଖିବ