ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
by Argus News
Thu, Dec 07 | 11:22 a.m.

ସୁନ୍ଦରଗଡ: 'ମିଗଜୋମ୍' ପ୍ରଭାରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । କେଉଁଠି ଝିପି ଝିପି ବର୍ଷା ହେଉଛି ତ କେଉଁଠି ପ୍ରବଳ ଛେଚୁଛି । ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗତକାଲି ସନ୍ଧ୍ୟାରୁ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ସମସ୍ତ ସରକାରୀ, ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କୋହଲା ପାଗ ରହିଛି । 

ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟର କୋଟପାଡ଼ରେ ୬୪ ମିମି ବର୍ଷା ଲାଗି ରହିଛି । ହିଞ୍ଜିଳିରେ ୫୯ ମିମି, ଆସ୍କା ୫୫.୮ ମିମି, କୁକୁଡ଼ାହାଣ୍ଡି ୫୪ ମିମି, ଝାରସୁଗୁଡ଼ାରେ ୪୮.୯ ମିମି, କୋଲବରା ୫୭.୬ ମିମି, ଲାଇକେରା ୫୬.୪ ମିମି, କୁନମୁନ ୫୫ ମିମି, ବୋଡେନ୍ ୫୧.୬ ମିମି, ନୂଆପଡ଼ା ୪୪.୮ ମିମି ବର୍ଷା ରେକର୍ଡ ହୋଇଛି । 

'ମିଗଜୋମ୍' ପ୍ରଭାବ; ମାଟି ଅତଡା ଖସି ଯାତାୟାତ ବାଧାପ୍ରାପ୍ତ
 

ବର୍ଷା ନେଇ ପାଣିପାଗ
16m ago
ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ: ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି
ଅର୍ଗସ ବ୍ୟୁରୋ: ଆଗାମୀ ୩ଘଣ୍ଟା ପାଇଁ ବଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ରାଜ୍ୟର ୭ଜିଲ୍ଲାରେ ବର୍ଷା ନେଇ ଆକଳନ କରିଛି
HAIR
18m ago
ଅଧିକ ଲୋକ ସାମ୍ପୁ କଲା ବେଳେ ଭୁଲ କରିଥାନ୍ତି , ତେବେ...
ଅର୍ଗସ ବ୍ୟୁରୋ: ଯଦି ଆପଣ ଆପଣଙ୍କର କେଶରେ ଖାଲି ସାମ୍ପୁ ଆଉ କଣ୍ଡିସନର ଲଗାଉଛନ୍ତି ତେବେ ହୁଏତ ଏହା ଆପଣଙ୍କ କେଶ ପାଇଁ ଏହ ଖରାପ ହୋଇପାରେ ତେବେ ଏହା ପ୍ରତି ଧ୍ୟାନ ଦେବା ଆବଶ୍ୟ
ଗଞ୍ଜେଇ
23m ago
ବାଇକ ସହ ଗଞ୍ଜେଇ ଜବତ, ଦୁଇ ଗିରଫ
ବୌଦ୍ଧ: ବୌଦ୍ଧ ବ୍ଲକ୍ ବାଉଁଶୁଣି ଥାନା ପୋଲିସ ପକ୍ଷରୁ ବାଇକ୍ ସହ ୨୧ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛ