ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ
by Argus News
Wed, Sep 04 | 7:26 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ନୂଆ କରି ଲାଗୁ ହେଲା ସୁଭଦ୍ରା ଯୋଜନା । ଯୋଜନାରେ ଲାଭ ପାଇବେ ଲକ୍ଷାଧିକ ମହିଳା । ହେଲେ ଏଥିପାଇଁ ଯେଉଁ କାଗଜ ପତ୍ରର ଆବଶ୍ୟକତା ରହିଛି ତାହାକୁ ନେଇ ପୁରା ଜାମ ହେଲାଣି ଜନସେବା କେନ୍ଦ୍ର । ସ୍ଥିତି ଏମିତି ହେଲାଣି ଯେ କେଉଁଠି ଆଧାର ଅପଡେଟ୍ କରିବା ପାଇଁ ଜନସେବା କେନ୍ଦ୍ର ଆଗରେ ଠେଲାପେଲା ସ୍ଥିତି ତ’ କେଉଁଠି ସୂର୍ଯ୍ୟୋଦୟ ପୂର୍ବରୁ ଲାଇନରେ ଚପଲ ଆଉ ଛତା । ସୁଭଦ୍ରା ଯୋଜନାରେ ଆଜି ସଂଧ୍ୟାରୁ ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏଥିଲାଗି ଆଧାର ଅଥଣ୍ଟିକେସନ୍ ଦରକାର ହେଉଛି । ତେଣୁ ଉଣା ଅଧିକ ସବୁ ସ୍ଥାନରେ ଏଇ ସମାନ ସ୍ଥିତି । କିନ୍ତୁ ସରକାରଙ୍କ ନୂଆ ଯୋଜନା ସବୁ କ୍ଷେତ୍ରରେ କରାଯାଉଛି ସ୍ଵାଗତ ।

ସୁଭଦ୍ରା ଯୋଜନାକୁ ନେଇ ପୁରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର । କାରଣ କେମିତି ଯୋଜନା ମିଳିବ ସେନେଇ ଗାଁ ଗାଁରେ ଆଲୋଚନା ଚାଲିଛି । ଖାଲି ଯୋଜନା ଚାଲିଛି ତାହା ନୁହେଁ ବରଂ ବିକାଶକୁ ମହିଳାଙ୍କ ଦ୍ଵାରା ତ୍ଵରାନ୍ଵିତ କରିବାକୁ ମୋହନ ସରକାର ପ୍ଲାନ କରିଛନ୍ତି । ହେଲେ ଏହି ଯୋଜନାରେ ଯେହେତୁ ଆଧାର କାର୍ଡ ଅଥଣ୍ଟିକେସନ ଦରକାର ହେଉଛି ତେଣୁ ଜନସେବା କେନ୍ଦ୍ରରେ ଭିଡ ହେବା ସ୍ଵାଭାବିକ କଥା । ସକାଳୁ ସଂଜ ପର୍ଯ୍ୟନ୍ତ ଜନସେବା କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଛି ।

ସରକାରଙ୍କ ନିୟମ ଅନୁସାରେ, ନୂଆ ଆଧାର ତିଆରି ସଂପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଆଧାର ସଂଶୋଧନ ପାଇଁ ୫୦ ଟଙ୍କା ଦେୟ ବ୍ୟବସ୍ଥା ହୋଇଛି । ହେଲେ ଅନେକ କେନ୍ଦ୍ରରେ ମାଲିକ ଲୋକଙ୍କଠାରୁ ଆଧାର ଅପଡେଟ୍ କରାଇଦେବାକୁ ୨୦୦ରୁ ୨୫୦ ଟଙ୍କା ନେଉଥିବା ଅଭିଯୋଗ ଆସିଛି । କିନ୍ତୁ ସେଣ୍ଟର ମାଲିକଙ୍କ କହିବା କଥା, ସେ ବାହାରୁ ଲୋକ ଭଡ଼ାରେ ଆଣି ଘରୋଇ ସଂସ୍ଥା ଭାବେ ଆଧାର ଅପଡେଟ୍ କରାଉଛନ୍ତି । ସେଥିପାଇଁ ଅଧିକ ଦେୟ ନେଉଛନ୍ତି । ସେଇଥି ଲାଗି ତ ଆକ୍ସନ ପାଇଁ ଦାବି କଲେଣି ଲୋକେ ।

ଏପଟେ ଜନସେବା କେନ୍ଦ୍ର ପ୍ରଶାସନ ଓଡ଼ିଶା ମୁଖ୍ୟ କହିଛନ୍ତି, ମୋବାଇଲ୍ ନମ୍ବର, ବାୟୋମେଟ୍ରିକ ବା ଟିପ ଚିହ୍ନ, ମୁହଁ ଚିହ୍ନଟ ଓ ଆଖିଡୋଳା ଚିହ୍ନଟ ଭଳି ୪ଟି ମୋଡରେ ହୋଇପାରିବ ସୁଭଦ୍ରା ଯୋଜନା ଆଧାର ଅଥେଣ୍ଟିକେସନ । ଏ ଭିତରୁ କୌଣସି ଗୋଟିଏ ମାଧ୍ୟମରେ ଆବେଦନକାରୀଙ୍କ ଆଧାର ଅଥେଣ୍ଟିକେସନ ହୋଇପାରୁଛି, ତେବେ ଆଧାର ଅପଡେଟ୍ ପାଇଁ ଏବେ ଲାଇନ ଲଗାଇବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ଯଦି କୌଣସି ଜନସେବା କେନ୍ଦ୍ର, ଆଧାର ଅପଡେଟ୍ ପାଇଁ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦରଠୁ ଅଧିକ ଅର୍ଥ ମାଗୁଛନ୍ତି, ଲୋକେ ୧୪୬୭୮ ହେଲଲାଇପ୍ ନମ୍ବରରେ ଅଭିଯୋଗ କରିପାରିବେ । ଏଭଳି କ୍ଷେତ୍ରରେ ଜନସେବା କେନ୍ଦ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ମୋଟ୍‌ ଉପରେ, ସୁଭଦ୍ରାକୁ ନେଇ ସବୁଠି ଉତ୍ସାହ । ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆଜି ସନ୍ଧ୍ୟା ପରଠାରୁ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇନାହାନ୍ତି ସେ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିବ ।  ସେପଟେ ସୁଭଦ୍ରାକୁ ନେଇ ମହିଳାଙ୍କ ଭିତରେ ଉତ୍ସାହ । ବାଲେଶ୍ବର ବାଲିଆପାଳ ଉପ ଡାକଘରରେ ଚାଲିଛି ଆଧାର କାର୍ଡ କରେକ୍ସନ୍ ଏବଂ EKYC ସହିତ ଆଧାର କାର୍ଡ ସଂଶୋଧନ । ମୋବାଇଲ୍ ନମ୍ବରକୁ ସଂଯୋଗୀକରଣ କରିବାକୁ ପ୍ରବଳ ଭିଡ଼ ଲାଗିଛି । 
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ