ବାଲେଶ୍ଵରରେ ବିଜେପି ପ୍ରତି ବଢୁଛି ସମର୍ଥନ
by Argus News
Sat, Apr 20 | 3:16 p.m.

ଅର୍ଗସ ବ୍ୟୁରୋ : ବାଲେଶ୍ଵର ରାଜନୀତିରେ ଏବେ କେଁ । କାରଣ ବିଜେଡିର ପ୍ରାର୍ଥୀଙ୍କ ଉପରେ ଭରସା କରିପାରୁନାହାନ୍ତି ଭୋଟର । ସେଇଥି ଲାଗି ତ ଏବେ ପ୍ରାର୍ଥୀଙ୍କୁ ନେଇ ଏବେ ଚିନ୍ତାରେ ଶୀର୍ଷ ନେତୃତ୍ଵ । ଯିଏ ଦିନେ ସହଯୋଗୀ ଥିଲେ, ଏବେ ସିଏ ପ୍ରତିନ୍ଦ୍ବନ୍ଦୀ । ପରସ୍ପରକୁ ଶାଣିତ ସ୍ୱରରେ କରିବେ ଟାର୍ଗେଟ୍ । ଶବ୍ଦ ବାଣରେ ଦୁଇ ନେତା ପରସ୍ପରକୁ ଘାଇଲା କରିବେ ଏବଂ ନିଜ ସପକ୍ଷରେ ଭୋଟ୍ ଟାଣିବାକୁ ଯଥା ସମ୍ଭବ ଉଦ୍ୟମ କରିବେ । ଆମେ କହୁଛୁ ପ୍ରତାପ ଷଡଙ୍ଗୀ ଏବଂ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ କଥା । 

ବାଲେଶ୍ୱର ରାଜନୈତିକ ଅଖାଡାରେ ଏବେ ସାମ୍ନାସାମ୍ନି ଦୁଇ ନେତା । ଦିନ ଥିଲା ବିଜେପି ପାଇଁ ଏକାଠି ପ୍ରଚାର କରୁଥିବା ଷଡଙ୍ଗୀ ଏବଂ ଲେଖାଶ୍ରୀ ଏବେ ପାଲଟିଛନ୍ତି ଦୁଇ ରାଜନୈତିକ ବିରୋଧୀ ନେତା । ସେପଟେ ବିଜେପିରୁ ପ୍ରତାପ ଷଡଙ୍ଗୀ ଓ ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ପ୍ରତାପ ଷଡଙ୍ଗୀ ନିଜ ରଣନୀତି ଆରମ୍ଭ କରିଥିବା ବେଳେ ବିଭିନ୍ନ ସ୍ଥାନରେ ବୁଲି ବୁଲି କରୁଛନ୍ତି ପ୍ରଚାର । ତା ସହିତ ମିଶ୍ରଣ ପର୍ବ କରି ଶକ୍ତି ଗୋଟାଉଛନ୍ତି ପ୍ରତାପ । 

 

ସେପଟେ କ୍ଷୀରଚେରା ମନ୍ଦିରରୁ ପୂଜା କରି ପ୍ରଚାର ଆରମ୍ଭ କରିଛନ୍ତି ଲେଖାଶ୍ରୀ । ଦିନେ ପ୍ରତାପଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଆଜି ବିପକ୍ଷରେ କରୁଛନ୍ତି ପ୍ରତିନ୍ଦ୍ୱନ୍ଦିତା । ବିଜେଡି ଓ ବିଜେପି ଭଳି କଂଗ୍ରେସ ପାଇଁ ଶ୍ରୀକାନ୍ତ ଜେନାଙ୍କ ନାଁ ଘୋଷଣା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀକାନ୍ତ ପୂର୍ବରୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ବେଳେ ଏବେ ସେହି ମୁଦ୍ଦା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । 

ତେବେ ପାଖେଇ ଆସୁଛି ନିର୍ବାଚନ । ନେତା ମାନେ କିଭଳି ଭୋଟରଙ୍କ ସମର୍ଥନ ହାତେଇବେ ସେନେଇ ଜୋରଦାର ପ୍ରୟାସ ଚଳାଇଛନ୍ତି । ସେପଟେ ଭୋଟର କାହାକୁ ଭୋଟ୍ ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ