ଜାମ୍ମୁ କାଶ୍ମୀରରୁ ‘ଧାରା-୩୭୦’ ଉଚ୍ଛେଦ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ବଡ଼ ରାୟ
by Argus News
Mon, Dec 11 | 7:19 p.m.

ଅର୍ଗସ ବ୍ୟୁରୋ : ଜାମ୍ମୁ-କାଶ୍ମୀରରୁ ବିବାଦୀୟ ଧାରା ୩୭୦ ଉଚ୍ଛେଦ କରି ୪ ବର୍ଷ ତଳେ ଐତିହାସିକ ପଦକ୍ଷେପ ନେଇଥିଲେ ମୋଦି ସରକାର । ତା ଉପରେ ମୋହର ମାରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ହୋଇଥିବା ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫A ଉଚ୍ଛେଦ ଏବଂ ଜାମ୍ମୁ କାଶ୍ମୀର ଓ ଲଦ୍ଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ବେଆଇନ ନୁହେଁ । କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ବୈଧ । 

ଅଧିକ ପଢନ୍ତୁ : ଜାମ୍ମୁ, କାଶ୍ମୀର ଏବଂ ଲଦାଖ ପାଇଁ ଏହା ଐତିହାସିକ ରାୟ : ମୋଦି

ସୁପ୍ରିମକୋର୍ଟଙ୍କ ଏ ରାୟକୁ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସୋସିଆଲ୍ ନେଟୱର୍କିଂ ସାଇଟ୍ ଏକ୍ସରେ ମୋଦି ଲେଖିଛନ୍ତି ଧାରା-୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ୨୦୨୯ରେ ଭାରତର ସଂସଦ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ କାଏମ ରଖୁଛି । ଏହା ଜାମ୍ମୁ-କାଶ୍ମୀର ଓ ଲଦ୍ଦାଖର ଭାଇ ଓ ଭଉଣୀଙ୍କ ପାଇଁ ନୂଆ ଆଶା, ପ୍ରଗତି ଓ ଏକତା ପାଇଁ ଏକ ଚମତ୍କାର ଘୋଷଣା । ଅଦାଲତ ନିଜର ଗହନ ଜ୍ଞାନ ବଳରେ ଏକତାର ମୂଳ ତତ୍ବକୁ ମଜଭୁତ କରିଛନ୍ତି, ଯେଉଁଥିପାଇଁ ଆମେ ସବୁ ଭାରତୀୟ ସୁପ୍ରିମକୋର୍ଟଙ୍କୁ ସର୍ବୋପରି ଓ ସବୁଠାରୁ ପ୍ରିୟ ବୋଲି ମାନନ୍ତି । 

 

ପ୍ରଧାନମନ୍ତ୍ରୀ କହିଛନ୍ତି ଜାମ୍ମୁ-କାଶ୍ମୀର ଓ ଲଦ୍ଦାଖର ଲୋକଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଛି ଆପଣଙ୍କ ସ୍ବପ୍ନ ସାକାର କରିବା ଆମ ପାଇଁ ଅତୁଟ ପ୍ରତିବଦ୍ଧତା । ସୁପ୍ରିମକୋର୍ଟଙ୍କ ଏହି ରାୟ ଏକ ଆଇନଗତ ନିଷ୍ପତ୍ତି ନୁହେଁ ଏକ ଆଶାର କିରଣ, ଏକ ଉଜ୍ଜ୍ବଳ ଭବିଷ୍ୟତର ପ୍ରତିଶ୍ରୁତି ଏବଂ ଏକ ମଜଭୁତ, ଅଧିକ ଏକଜୁଟ ଭାରତର ନିର୍ମାଣ ପାଇଁ ଆମର ସାମୁହିକ ସଂକଳ୍ପର ପ୍ରମାଣ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି । ଏକ୍ସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ସ୍ବାଗତ ଓ ଅଭିନନ୍ଦନ କରୁଛି । 
 

ADANI
ଆଦାନୀ ଗ୍ରୁପ ପକ୍ଷରୁ ରିନ୍ୟୁବଲ୍ ଏନର୍ଜିକୁ ପ୍ରୋତ୍ସାହନ, ନୂଆ ଆଡ୍ କ୍ୟାମ୍ପେନ୍ ଲଞ୍ଚ କରିଛି କମ୍ପାନୀ
ଅର୍ଗସ ବ୍ୟୁରୋ: ପ୍ରଥମେ ପଙ୍ଖା ଆସିବ , ତା ପରେ ଯାଇ ଆସିବ ବିଜୁଳି । ଆଶ୍ଚର୍ଯ୍ୟ ହୁଅନ୍ତୁନି । ରିନ୍ୟୁବଲ ଏନର୍ଜିକୁ ନେଇ ଆଦାନୀ ଗ୍ରୁପର ଏହି କ୍ଯାମ୍ପେନ ଲଞ୍
CANCER
ଖୁବଶୀଘ୍ର ବଜାରକୁ ଆସିବ କ୍ୟାନସର ସଂଜୀବନୀ
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ବଜାରକୁ ଆସିବ କ୍ୟାନସର ସଂଜୀବନୀ । କର୍କଟ ରୋଗ ବିରୋଧରେ ଲଢ଼େଇରେ ସମଗ୍ର ବିଶ୍ବ ପାଇଁ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । କର୍କଟ ରୋଗ ଟିକା ବିକଶି
MP
ବିଜୁଳି ଚୋରି କରି ଧରାପଡ଼ିଲେ ସପା ସାଂସଦ
ଅର୍ଗସ ବ୍ୟୁରୋ: ବିଜୁଳି ଚୋରି କରି ଧରାପଡ଼ିଲେ ସପା ସାଂସଦ । ସମ୍ଭଲର ସମାଜବାଦୀ ପାର୍ଟି ସାଂସଦଙ୍କ ଘରୁ କଟିଲା ବିଜୁଳି ସଂଯୋଗ । ସାଂସଦ ଜିୟାଉର ରହମାନ ୱର୍କ ବେଆଇନ ଭାବ
ମଧୁମେହ
ମଧୁମେହ ରୋଗୀମାନେ ମେଥି ଖାଇଲେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି
ARRESTED
୮  ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ
ଅର୍ଗସ ବ୍ୟୁରୋ: ଆସାମ ପୋଲିସକୁ ବଡ଼ ସଫଳତା । ଗୌହାଟିରୁ ୮ ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ । ଏହି ଗ୍ୟାଙ୍ଗ ଭାରତରେ ବେଆଇନ ଅନୁପ୍ରବେଶ କରିବା ପରେ ବିଭିନ୍