'୩୭୦' ଉଚ୍ଛେଦ ବୈଧ
by Argus News
Mon, Dec 11 | 12:26 p.m.

ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ '୩୭୦' ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ।  '୩୭୦' ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ କୋର୍ଟ । ସୁପ୍ରିମକୋର୍ଟରେ 370 ଉଚ୍ଛେଦ ମାମଲାର ଶୁଣାଣି କରି ଏ ରାୟ ଆସିଛି  । ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । 

କେନ୍ଦ୍ରର ସମସ୍ତ ନିଷ୍ପତ୍ତି ଉପରେ ଆଙ୍ଗୁଳି ନିର୍ଦ୍ଦେଶ ଠିକ ନୁହେଁ ବୋଲି କହିଛନ୍ତି CJI । ରାୟ ନେଇ ପ୍ରଥମେ ସୂଚନା ଦେଇଥିଲେ ପ୍ରଧାନ ବିଚାରପତି । 370 ଉଚ୍ଛେଦକୁ ବୈଧ କହିଛନ୍ତି ସୁପ୍ରିମ କୋର୍ଟ । ରାୟକୁ ନେଇ ୫ ଜଣିଆ ଖଣ୍ଡପୀଠରେ ସହମତି ମିଳିଥିବା ସୂଚନା ମିଳିଛି । ଧାରା ୩୭୦ ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । 

ଭାରତରେ ମିଶ୍ରଣ ପରେ ଆଉ ସ୍ବତନ୍ତ୍ର ମାନ୍ୟତା ବଜାୟ ରଖିପାରିବନି । ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ମିଳୁ ବୋଲି କହିଛନ୍ତି କୋର୍ଟ । ୨୦୨୪ ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଭାରତର ସମ୍ବିଧାନ ସବୁଠୁ ଉପରେ ବୋଲି କହିଛନ୍ତି କୋର୍ଟ ।

ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ


 

ଆଜିଠାରୁ ଏକମାସ
39m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି