ମେଣ୍ଟ ଚର୍ଚ୍ଚା : ୮ ଦିନ ହେବ ମେଣ୍ଟ ସସପେନ୍ସ ଉପରୁ ଉଠୁନି ପରଦା
by Argus News
Mon, Mar 11 | 7:19 p.m.

ଅର୍ଗସ ବ୍ୟୁରୋ : ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀରେ ବିଜେପିର ମାନସ ମନ୍ଥନ । ରାଜ୍ୟରେ ଏକାକି ଲଢିବ ଦଳ ନା ମେଣ୍ଟ ହେବ । ମେଣ୍ଟ ହେଲେ କଂଗ୍ରେସ ନେଇ ପାରିବ କି ଫାଇଦା । ବଡ ରାଜନୈତିକ ହଟଚମଟ ଉପରେ ରାଜ୍ୟବାସୀଙ୍କ ଏବେ ନଜର । ୮ ଦିନ ହେବ ମେଣ୍ଟ ସସପେନ୍ସ ଉପରୁ ଉଠୁନି ପରଦା । ଏ ଭିତରେ ରାଜ୍ୟ ବିଜେପି ନେତୃତ୍ବ ତୃତୀୟ ଥର ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି । ବିଭିନ୍ନ ଦିଗକୁ ନେଇ ସାଧାରଣ ନିର୍ବାଚନ ପାଇଁ କସରତ ଚାଲିଥିବା କୁହାଯାଉଛି ତେବେ ଏସବୁ ଭିତରେ ମେଣ୍ଟର ଇତିହାସ ବି ଅନେକ କିଛି କଥା ବଖାଣୁଛି । ୧୯୯୭ରେ କେନ୍ଦ୍ରରେ ଥିବା ବାଜପେୟୀଙ୍କ ନେତୃତ୍ବାଧୀନ ଏନଡିଏ ସରକାରରେ ସାମିଲ ହୋଇଥିଲା ବିଜେଡି । ଆଉ ଆସ୍କା  ଲୋକସଭା ଉପନିର୍ବାଚନରେ ବିଜୟୀ ହୋଇ ବାଜପେୟୀଙ୍କ କ୍ୟାବିନେଟରେ ମନ୍ତ୍ରୀ ହେଲେ ନବୀନ । ପରେ ତିନୋଟି ଲୋକସଭା ଏକାଠି ଲଢିଛି ବିଜେଡି-ବିଜେପି ମେଣ୍ଟ ।

୧୯୯୮ ଲୋକସଭା ନିର୍ବାଚନରେ ବିଜେଡି ୯ଟି ଓ ବିଜେପି  ଜିତିଥିଲା ୭ ଟି ଆସନ । ବାଜପେୟୀ ସରକାର ଭାଙ୍ଗିବା ପରେ ୧୯୯୯ରେ ପୁଣି ଲୋକସଭା ନିର୍ବାଚନରେ ଦୁହେଁ ଏକାଠି ଲଢିଥିଲେ । ବିଜେଡି ଖାତାକୁ ଯାଇଥିଲା ୧୦ ଓ ବିଜେପି ଜିତିଥିଲା ୯ ଟି ଆସନ । ୨୦୦୪ ସାଧାରଣ ନିର୍ବାଚନରେ ୨୧ ଲୋକସଭାରୁ ବିଜେଡି ଜିତିଥିଲା ୧୧ ଟି ଆସନ ଓ ବିଜେପି ଖାତାକୁ ଯାଇଥିଲା ୭ ଟି ଆସନ । ୨୦୦୦ ଓ ୨୦୦୪ରେ  ବିଧାନସଭା ନିର୍ବାଚନରେ ୪-୩ ଅନୁପାତରେ ହୋଇଥିଲା ଆସନ ବୁଝାମଣା । ବିଜେଡି ୮୪ଟି ଓ ବିଜେପି ୬୩ଟି ଆସନରେ ଲଢିଥିଲେ । ୨୦୦୯ରେ ଏନଡିଏରୁ ଓହରି ଯାଇଥିଲା ବିଜେଡି । ଏବେ ୧୫ ବର୍ଷ ପରେ ପୁଣି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବାକୁ ଯାଉଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ରାଜ୍ୟରେ ଯଦି ମେଣ୍ଟ ହୁଏ ତାହାର ଫାଇଦା କଣ କଂଗ୍ରେସ ନେଇ ପାରିବ କି ୟାକୁ ନେଇ ବି ଅନେକ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । କାରଣ କଂଗ୍ରେସ ଇତିହାସ କହୁଛି କମ କୋହୁଛି ଆସନ୍ତୁ ଜାଣିବା । କେମିତି ଦିନକୁ ଦିନ ରସାତଳଗାମୀ ହେଉଛି ରାଜ୍ୟ କଂଗ୍ରେସ । ୨୦୦୯ ମସିହାରେ ୩୩ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ୨୦୧୯ ମସିହାରେ ପାଇଥିଲା ୧୬ ପ୍ରତିଶତ ଭୋଟ । ଲୋକସଭାରେ ଦଳକୁ ଗୋଟିଏ ଆସନ ସହ ଦଳ ସପକ୍ଷରେ ମାତ୍ର ୧୩.୯୯ ପ୍ରତିଶତ ଭୋଟ୍ ପଡିଥିଲା । ଆଉ ୨୦୧୯ ପରେ ମଧ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଗୁଡିକରେ କଂଗ୍ରେସର ଗ୍ରାଫ ଭୟଙ୍କର ଭାବେ ଖସିବାକୁ ଲାଗିଥିଲା । ପାଟକୁରା, ବିଜେପୁର, ବାଲେଶ୍ବର, ଧାମନଗର, ପଦମପୁର, ଝାରସୁଗୁଡାରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଯଥାକମ୍ରେ ୧.୨ ପ୍ରତିଶତ, ୩.୨ ପ୍ରତିଶତ ଓ ୩.୦୭ ପ୍ରତିଶତ ଭଳି ଭୋଟ ପାଇ ଅମାନତ ହରାଇଥିଲା । ସେହିପରି ପଂଚାୟତ ଓ ପୌର ନିର୍ବାଚନରେ ବି ଦଳ ଧରାଶାୟୀ ହୋଇଯାଇଛି । ଏଭଳି ସ୍ଥିତିରେ ବିଜେପି ବିଜେଡି ମେଣ୍ଟ ହେଲେ କଂଗ୍ରେସ ସ୍ଥାନ କଣ ହେବ ତାକୁ ନେଇ ସନ୍ଦେହ ।
 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର