ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଲାଗି ରହିଛି ସସପେନସ । ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନବୀସ ଦୌଡରେ ଆଗରେ ରହିଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବ ? ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏଥିରେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିଜେପି ନେତା ଦେବେନ୍ଦ୍ର ଫଡନବୀସ ଓ ଏନସିପି ନେତା ଅଜିତ ପାଓ୍ବାର ଯୋଗ ଦେବେ । ଏଥିରେ ସରକାର ଗଠନ ନେଇ ବିସ୍ତୃତ ଅଲୋଚନା ହେବା ସହ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।
ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ଏନସିପି ନେତା ଅଜିତ ପାଓ୍ବାର ସୂଚନା ଦେଇଛନ୍ତି । ନଭେମ୍ବର ୩୦ କିମ୍ବା ଡିସେମ୍ବର ୧ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । … ମହାରାଷ୍ଟ୍ର ନିର୍ବାଚନରେ ମହାୟୁତି ମେଣ୍ଟ ୨୮୮ ଆସନରୁ ୨୩୦ଟି ସିଟରେ ବିଜୟୀ ହୋଇଛି । ବିଜେପି ଏକାକୀ ୧୩୨ଟି ସିଟରେ ଜିତିଥିବା ବେଳେ ଶିବସେନା ୫୭ ଓ ଏନସିପି ୪୧ ସିଟରେ ବିଜୟୀ ହୋଇଛି ।