ଜାହାଜରେ ହେଉଥିଲା ନିଶା କାରବାର, ମାଡ଼ି ବସିଲା କଷ୍ଟମ ବିଭାଗ
by Argus News
Fri, Dec 01 | 3:24 p.m.

ଅର୍ଗସ ବ୍ୟୁରୋ : ଜାହାଜରେ ହେଉଥିଲା ନିଶା କାରବାର । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଦେଇ ବିଦେଶ ଚୋରା ଚାଲାଣ ବେଳେ ଜବତ ହେଲା ବ୍ରାଉନସୁଗାର । ଏହା ଇଣ୍ଡୋନେସିଆରୁ ଆସୁଥିଲା ଏବଂ ଭାୟା ପାରାଦୀପ ଦେଇ ଯାଉଥିଲା ଡେନମାର୍କ । ଜବତ ହୋଇଥିବା ବ୍ରାଉନସୁଗାର ୫ କେଜିରୁ ଅଧିକ । ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଅଧିକ। 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ବିଳମ୍ବିତ ରାତ୍ରିରେ ଇଣ୍ଡୋନେସିଆରୁ ଆସିଥିବା ଜାହାଜ ଏମଭିଦେବୀ ପାରାଦୀପର ପିଆଇସିଟି ଟର୍ମିନାଲରେ ଆଙ୍କରିଂ କରିଥିବା ବେଳେ ବ୍ରାଉନ ସୁଗାର ପେଟି ଡେନମାର୍କ ଯିବାକୁ ଥିବା ଜାହାଜରେ ଲୋଡିଂ କରିବାକୁ କରାଯାଉଥିଲା ବ୍ୟବସ୍ଥା । ଯାହାକୁ ମାଡି ବସିଛି କଷ୍ଟମ ବିଭାଗ । 

ଜବତ ସାମଗ୍ରୀର ଯାଂଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି । ପୂର୍ବରୁ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ବିଦେଶୀ ମଦ ଆଉ ସିଗାରେଟ କଲିକତା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଥିଲା । 

ପ୍ରଧାନମନ୍ତ୍ରୀ ମୋଦି
41m ago
ପୁଣି ୧୯ ତାରିଖ ସନ୍ଧ୍ୟାରେ ଓଡିଶା ଆସୁଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡର
HEALTH
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ