swaad odisha Season 2: ଅମୃତା ପାଣିଗ୍ରାହୀ ହେଲେ ବିଜୟୀ 
by Argus News
Sun, Sep 08 | 3:42 p.m.

ଅର୍ଗସ ବ୍ୟୁରୋ: swaad odisha Season 2  । ଓଡିଶାର ପ୍ରଥମ କୁକିଙ୍ଗ ରିଆଲିଟି ସୋ। ଓଡିଶାର କୋଣ ଅନୁକୋଣରୁ ଆସିଥିଲେ ଅନେକ ପ୍ରତିଯୋଗୀ। ସେମାନଙ୍କ ଭିତରୁ ଜଣେ ବିଜୟୀ ହୋଇଛନ୍ତି। ଓଡିଶା ପାଇଛି ପ୍ରଥମ ସୁପର ସେଫ୍‌। ପ୍ରତ୍ୟେକ ରବିବାର ରାତି 9 ଟା 30 ରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ହେଉଥିଲା। ଅନେକ ଲୋକ ଏହାକୁ ଦେଖି ଖୁସି ହେଉଥିଲେ। ଏବଂ ଘରେ ନୂଆ ନୂଆ ଡିସ ତିଆରି କରି ପରିବାର ଲୋକଙ୍କୁ ଖୁଆଉଥିଲେ। ଶେଷରେ ଏହି କାର୍ଯ୍ୟକ୍ରମ ସରିଛି। swaad odisha Season 2ର ବିଜୟୀ ହୋଇଛନ୍ତି ଅମୃତା ପାଣିଗ୍ରାହୀ। ୧୨ ଜଣଙ୍କ ଭିତରୁ ସମସ୍ତଙ୍କୁ ପଛରେ ପକାଇ ସେ ହୋଇଛନ୍ତି ଓ୍ୱିନର। ଅମୃତାଙ୍କୁ ପ୍ରାଇଜ ଦିଆଯାଇଥିବାବେଳେ ସେ ଏହି ସୋ ଜିତି ଖୁସି ଥିବା କହିଛନ୍ତି। ଏହାକୁ ହୋଷ୍ଟ କରୁଥିଲେ  ସ୍ମୃତିଶ୍ରୀ ସିଂ । ଏହି ସିଜନରେ  ଓଡ଼ିଶାର  ଖାଣ୍ଟି ଓଡିଆ ବ୍ୟଞ୍ଜନ କିଣିଥିଲା ଦର୍ଶକଙ୍କ ମନ । ଭଳିକି ଭଳି ଆଞ୍ଚଳିକ ଏବଂ ପାରମ୍ପରିକ  ଖାଦ୍ୟର ପସରା ଦେଖିବାକୁ ପାଇଥିଲେ ଦର୍ଶକ । 

ଓଡ଼ିଆଙ୍କ ପ୍ରିୟ ପଖାଳ ଭାତ, ଛେନା ପୋଡ, ମାଛ ବେସର, ପିଠା ଭଳି ଅନେକ ସୁସ୍ୱାଦୁ ବ୍ୟଞ୍ଜନ ତିଆରି ହେବା ସହିତ, ବ୍ୟଞ୍ଜନର ଟିକ୍ ନିକ୍ ଖବର ଆପଣ ଦେଖିଥିଲେ ଏହି ସୋ ମାଧ୍ୟମରେ । ପ୍ରତିଟି ଓଡ଼ିଆ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ଖାଦ୍ୟ ଓ ସ୍ୱାଦକୁ ଜାଣୁଛନ୍ତି ।  ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ ଓ ତାର ସ୍ୱାଦକୁ ନେଇ ଆରମ୍ଭ ହୋଇଥିଲା ସ୍ୱାଦ ଓଡ଼ିଶା ସିଜନ-୨ ।

 

 

ଅଧିକ ପଢ଼ନ୍ତୁ ଓଡିଶା ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା