ଭୂକମ୍ପରେ ଥରିଲା ତାଇୱାନ : ସୁନାମୀ ସତର୍କତା ଜାରି
by Argus News
Thu, Apr 04 | 7:21 a.m.

ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ତାଇୱାନ । ଚାରିଆଡେ ଆତଙ୍କର ମାହୋଲ । ବୁଧବାର ତାଇୱାନର ରାଜଧାନୀ ତାଇପେରେ ଭୂମିକମ୍ପ ଆସିଥିଲା । ଯାହାର କେନ୍ଦ୍ର ବିନ୍ଦୁ ତାଇୱାନର ହି ହୁଆଲିଏନ ସହରରଠୁ ପାଖାପାଖି ୧୮ କିମି ଦୂରରେ କୁହାଯାଉଛି । ଏହି ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲି ଯାଇଛି ତାଇୱାନ । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ  ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି । ଅଳ୍ପ କିଛି କ୍ଷଣ ମଧ୍ୟରେ ବଡ ବଡ କୋଠା, ଘର, ଦୋହଲିବାରେ ଲାଗିଥିଲା । ସଡ଼କ-ପୋଲ ସବୁକିଛି ଦୋହଲିବାରେ ଲାଗିଥିଲା । କିଛି ସହରରେ ବଡ଼ ବଡ଼ ବିଲଡ଼ିଂ ଭୁଷୁଡ଼ି ପଡିଥିଲା । 

୨୫ ବର୍ଷ ପରେ ତାଇୱାନରେ ଏପରି ଶକ୍ତିଶାଳୀ ଭୂକମ୍ପ ଘଟିଛି । ଭୂକମ୍ପ ଯୋଗୁ ସହରର ଅନେକ ସ୍ଥାନରେ ବିଦ୍ୟୁତ ଠପ୍‌ ହୋଇଯାଇଛି । ପୂର୍ବ ତାଇୱାନରେ ଅନେକ କୋଠା ଭୁଶୁଡି ପଡିଛି, ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ପୁରା ସୂଚନା ମିଳିନଥିଲେ ମଧ୍ୟ  ୧୦ ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଥିବାର ସୂଚନା ମିଳିଛି । ଏବେ ସୁଦ୍ଧା ଅନେକ ଲୋକ ବଡ ବଡ ବିଲଡି ତଳେ ଚାପି ହୋଇ ରହିଥିବାର ଆସଙ୍କା କରାଯାଉଛି । ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ସୁନାମୀର ଆସଙ୍କା ମଧ୍ୟ କରାଯାଉଛି । 

ଅଧିକ ପଢନ୍ତୁ ବିଦେଶ ଖବର 

ଜାପାନ ପାଣିପାଗ ଏଜେନ୍ସିର ସୂଚନା ଅନୁଯାୟୀ ତାଇୱାନ ଭୂମିକମ୍ପର ୧୫ ମିନିଟ ପରେ ୟୋନାଗୁନି ଆଇସଲ୍ୟାଣ୍ଡର ଉପକୂଳରେ ପାଖାପାଖି 1 ଫୁଟ ଉଚ୍ଚତାର ଲହରୀ ଦେଖିବାକୁ ମିଳିଛି । ଏହି ଲହରୀ ଉପକୂଳ ଦ୍ୱୀପ ଅଂଚଳରେ ପ୍ରବେଶ କରିବାର ଆଶଙ୍କା ରହିଛି ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏନେଇ ଜାପାନ, ତାଇୱାନ ସମେତ ଫିଲପାଇନସରେ ମଧ୍ୟ ସୁନାମୀ ଆଲର୍ଟ ଜାରୀ କରାଯାଇଛି ।

ରାଜ୍ୟରେ ଲାଗୁ ହେବ
26m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର