ଲାଇନରେ ଛିଡା ହୋଇ ଭୋଟ୍‌ ଦେଲେ ରାହୁଲ ଦ୍ରାବିଡ
by Argus News
Fri, Apr 26 | 1:47 p.m.

ଅର୍ଗସ ବ୍ୟୁରୋ:  ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ବିତୀୟ ପର୍ଯ୍ୟାୟ । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ମୋଟ୍ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ 88 ସିଟ୍ ପାଇଁ ହେଉଛି ଭୋଟିଂ । ଯାହା ମଧ୍ୟରେ ରହିଛି କେରଳର ସମସ୍ତ ୨୦ ସିଟ୍, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ମହାରାଷ୍ଟ୍ର ଓ  ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ବିହାରର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ। ଭାରତୀୟ କ୍ରିକେଟ୍ ଟିମର ହେଡ୍ କୋଚ୍ ରାହୁଲ ଦ୍ରାବିଡ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମତଦାନ କରିଛନ୍ତି । ଆଜି ସକାଳୁ ସେ ପୋଲିଂ ବୁଥରେ ପହଞ୍ଚିଥିଲେ । ଲାଇନରେ ଛିଡା ହୋଇ ସେ ବେଶ୍ ଧୈର୍ଯ୍ୟର ସହ ନିଜ ସମୟକୁ ଅପେକ୍ଷା କରିଥିଲେ ।

ଏବେ ଦ୍ରାବିଡଙ୍କ ଏପରି ସରଳତାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଭୋଟ ଦେବା ପରେ ଦ୍ରାବିଡ ଆଶା ପ୍ରକାଶ କରିଥିଲେ କି ବାଙ୍ଗାଲୁରରେ ବହୁ ସଂଖ୍ୟାରେ ଲୋକମାନେ ଯେପରି ନିଜର ମତଦାନ କରିବେ । ଭୋଟ୍ ଦେବା ପରେ ଦ୍ରାବିଡ ମିଡିଆକୁ କହିଥିଲେ କି, ମୁଁ ମୋ ମତ ଦେଇସାରିଛି । ଏହା ଆମ ସମସ୍ତଙ୍କ ପାଇଁ ଗଣତନ୍ତ୍ରର ଏହି ବଡ ପର୍ବରେ ଭାଗ ନେବାର ଏକ ସୁଯୋଗ ଆଣିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

 

MOOD OF VOTERS
2m ago
କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚା
MODI
27m ago
ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି
ଅର୍ଗସ ବ୍ୟୁରୋ : ପିଏମ୍‌ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳ
WHATSAPP
35m ago
ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବ
ଅର୍ଗସ ବ୍ୟୁରୋ: ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ଅଛି । କମ୍ପାନୀ କହିଛି ଯେ ଆପରେ ସୁରକ୍ଷା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ ଏବଂ ଲିଙ୍କ୍ ହୋଇଥିବ