ତେଜସ୍ ବିମାନ ପ୍ରଥମ ମହିଳା ପାଇଲଟ ଭବେ ନିଯୁକ୍ତି ପାଇଲେ
by Argus News
Thu, Sep 19 | 12:41 p.m.

ଅର୍ଗସ ବ୍ୟୁରୋ: ତେଜସ୍ ବିମାନ ପ୍ରଥମ ମହିଳା ପାଇଲଟ ଭବେ ନିଯୁକ୍ତି ପାଇଲେ  ସ୍କ୍ବାଡ୍ରନ୍ ଲିଡର ମୋହନା ସିଂହ।  ଗୁଜୁରାଟସ୍ଥିତ ନଲିଆ ଠାରେ ଏଲିଟ୍ ୧୮ 'ଫ୍ଲାଇଂ ବୁଲେଟ୍' ସ୍କ୍ବାଡ୍ରନରେ ସେ ଯୋଗଦେବାକୁ ଯାଉଛନ୍ତି। ଏହି ସ୍କ୍ବାଡ୍ରନର ଭାରତର ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ(ଏଲସିଏ)ତେଜସ୍ ବାହିନୀକୁ ପରିଚାଳନା କରିବେ। 

ଖବର ଅନୁଯାୟୀ , ଭାରତ ଇତିହାସରେ ପ୍ରଥମ ଥର ପାଇଁ ୨୦୧୬ରେ ମହିଳା ପାଇଲଟ ମାନଙ୍କୁ ନିଯୁକ୍ତି ମିଳିଥିଲା।  ସ୍କ୍ବାଡ୍ରନ୍ ଲିଡର ମୋହନା ପ୍ରଥମ ତିନି ମହିଳା ଯୁଦ୍ଧବିମାନ ଚାଳକ ଭାବେ ନିଯୁକ୍ତି ପାଇଥିଲେ। ସେ ଦୁଇ ମହିଳା ସହକର୍ମୀ ଅଭନୀ ଚତୁର୍ବେଦୀ ଓ ଭାବନା କାନ୍ତଙ୍କ ସହ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୯ରେ ସେ ପ୍ରଥମ ମହିଳା ଭାବେ 'ହକ୍ ଏୟାରକ୍ରାଫ୍ଟ' ଉଡାଇଥିଲେ। ୨୦୨୦ରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନାରୀ ଶକ୍ତି ପୁରସ୍କାର ପାଇଥିଲେ। ସେ ବିକାନେରର ନାଲ୍ ଏୟାର ଫୋର୍ସ ଷ୍ଟେସନରେ ମିଗ୍-୨୧ ଯୁଦ୍ଧବିମାନରେ  କାର୍ଯ୍ୟ କରୁଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ