ଆସନ୍ତାକାଲିଠୁ ବିଭିନ୍ନ ଜିଲ୍ଲାରେ ହିଟ୍ ୱେବ୍ 
by Argus News
Tue, Apr 02 | 7:33 p.m.

ଭୁବନେଶ୍ୱର: ତାତି ରେ ସିଜୁଚି ସାରା ଓଡ଼ିଶା। ଆକାଶରୁ ହେଉଛି ଅଗ୍ନିବର୍ଷା। ଉପକୂଳ ରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା। ଦିନ ୨ଟା ସୁଦ୍ଧା କେନ୍ଦୁଝର, ସମ୍ବଲପୁର ଓ ହୀରାକୁଦ ରେ ୩୯ ଡିଗ୍ରୀ ପାର କରିଥିଲା ପାରଦ। ଆଗକୁ ଆହୁରି ଅଣାୟତ୍ତ କରିବ  ଗରମ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠୁ ବିଭିନ୍ନ ଜିଲ୍ଲାରେ ହିଟ୍ ୱେବ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି।

ଆସନ୍ତାକାଲି ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେ଼ଙ୍କାନାଳ, ମୟୁରଭଂଜ ଓ କେନ୍ଦୁଝର ରେ ହିଟ୍ ୱେବ୍ ନେଇ ୟଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କନ୍ଧମାଳ ଓ ନୟାଗଡ଼ ରେ ଉଷ୍ମ ରାତି ଅନୁଭୂତ ହେବ। ଏପ୍ରିଲ ୪ ତାରିଖରେ ୮ ଜିଲ୍ଲା ଓ ୫ ଏବଂ ୬ ତାରିଖରେ ୧୦ ଜିଲ୍ଲାରେ ହିଟ୍ ୱେବ୍ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପଶ୍ଚିମ ଓଡ଼ିଶା ର କିଛି ଜିଲ୍ଲାରେ ୪୨ ଡିଗ୍ରୀ ଓ ହିଟ୍ ୱେବ୍ ଜିଲ୍ଲାରେ ୪୦ ରୁ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ଝାଞ୍ଜି ପବନ ପ୍ରବାହିତ ହେବ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା
ହେମାମାଳିନୀ
ଆଜି ପୁଣି ପ୍ରଚାର ମୈଦାନକୁ ଓହ୍ଲାଇବେ ହେମାମାଳିନୀ
ଭୁବନେଶ୍ବର : ଆଜି ପୁଣି ହେମାମାଳିନୀ କରିବେ ପ୍ରଚାର । ଦେବଗଡ଼ ବାରକୋଟରେ ଜନସଭାକୁ ସମ୍ବୋଧିତ କରିବା ସହ ପାଲଲହଡ଼ାରେ ଜନସଭାକୁ କରିବେ ସମ୍ବୋଧନ । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନ
ନିଆଁ
ତୀର୍ଥଯାତ୍ରୀ ବସରେ ନିଆଁ , ୮ ଜୀବନ୍ତ ଦଗ୍ଘ
ଅର୍ଗସ ବ୍ୟୁରୋ : ହରିୟାଣାର ନୁହରେ ତୀର୍ଥଯାତ୍ରୀ ବସରେ ନିଆଁ ଲାଗିଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସରେ ମୋଟ ୬୦ ଜଣ ଯାତ୍ର