ଆଗାମୀ 5 ଦିନ ନିସ୍ତାର ନାହିଁ,  4 ରୁ 5 ଡିଗ୍ରୀ ବଢିବ ତାପମାତ୍ରା 
by Argus News
Mon, Apr 15 | 3:27 p.m.

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ଅଗ୍ନିବର୍ଷା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଘରୁ ବାହିରାବ ମାତ୍ରେ ଦେହ ହାତ ଜଳି ପୋଡିଯାଉଛି । କଲବଲ କରୁଛି ଗରମ । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ  ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଚାନ୍ଦବାଲିରେ ୪୧.୧, ଝାରସୁଗୁଡାରେ ୪୧, ବାଲେଶ୍ବରରେ ୪୦ ଛୁଇଁଛି ପାରଦ । ସେମିତି ହୀରାକୁଦରେ  ୩୯.୫ ଡିଗ୍ରୀ, ସମ୍ବଲପୁରରେ ୩୯.୪, ରାଉରକେଲାରେ  ୩୯.୨, କେନ୍ଦୁଝରରେ ୩୮.୯ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଗୋପାଳପୁର: ୩୫.୫°C, ପାରାଦୀପ: ୩୫.୨°C, ପୁରୀ: ୩୫°C ରେକର୍ଡ ହୋଇଛି । 

ସେପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆହୁରି ବଢିବ ତାପମାତ୍ରା । ୪୩ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାତି । ବଲାଂଗୀର, ଟିଟଲାଗଡ଼, ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବା ନେଇ ଆକଳନ କରିଛି ବିଭାଗ । ଅସ୍ୱାଭାବିକ ସ୍ଥିତି ଏବେ ୫ ଦିନ ପର୍ଯ୍ୟନ୍ତ ରହିବ । ଆଗାମୀ ୫ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ। ନିର୍ବାଚନ ମେଳି ଓ ରାଲିଠୁ ନେଇ ଅତ୍ୟଧିକ ଗହଳିଆ ସ୍ଥାନରୁ ଦୁରେଇ ରହିବାକୁ ଆଲର୍ଟ ଜାରି କଲା ବିଭାଗ । ସାଧାରଣ ଲୋକ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦେଲା ବିଭାଗ । 

ସିଧାସଳଖ ସୁର୍ଯ୍ୟକିରଣରେ ଆସିଲେ ବିଶେଷ ଅସୁବିଧାର ସମ୍ଭାବନା ହେବେ । ସେହିଭଳି ଚାଷୀ ମାନଙ୍କ ସହ ଗୃହ ପାଳିତ ପଶୁ ମାନଙ୍କୁ ଥଣ୍ଡା ସ୍ଥାନରେ ରହିବା ଆବଶ୍ୟକ । ଏବେର ସିଧାସଳଖ ସୂର୍ଯ୍ୟ କିରଣ ସାଧାରଣ ଲୋକଙ୍କ ପାଇଁ ବେଶ ପ୍ରଭଵ ପକାଇବ ।  ଅଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତ୍ୟଧିକ ଖରାରୁ ଦୂରେଇ ରହିବା ଆବଶ୍ୟକ । ଶୋଷ ନହେଲେ ବି ଯଥେଷ୍ଟ ପାଣି ପିଇବା ଉଚିତ । ପାର୍କିଂ ସ୍ଥାନରେ ଗାଡ଼ିରେ ଛୋଟ ପିଲା କିମ୍ବା ଗୃହ ପାଳିତ ପଶୁଙ୍କୁ ଛାଡିକି ନଯିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ୫ ଦିନ ବଢିବ । 

ଦିନ ସାଢେ ୧୧ଟା ସୁଦ୍ଧା ପାରଦ ଛୁଇଁଲା ୩୯.୨ ଡିଗ୍ରୀ
 

TIGER
14m ago
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ
HEAT WAVE
36m ago
ଆହୁରି ଦୁଇ ସପ୍ତାହ ତତେଇବା ତାତି
ଅର୍ଗସ ବ୍ୟୁରୋ: ଆଗାମୀ ଦୁଇ ସପ୍ତାହ ଯାଏଁ ତାତିରୁ ନାହିଁ ନିସ୍ତାର । ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି, ତଥା ସାମୁଦ୍ରିକ ବାୟୁ ପ୍ରବା
SP
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍