ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ଟେଣ୍ଡର ଫିକ୍ସିଂ ଘୋଟାଲା
by Argus News
Thu, Mar 07 | 8:56 p.m.

ମାଲକାନଗିରି:  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ 18ଟି ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଗତ ଫେବ୍ରୁଆରୀ 19 ତାରିଖରେ ମଗାଯାଇଥିଲା ଟେଣ୍ଡର । ମାର୍ଚ୍ଚ 6 ତାରିଖ ଥିଲା ଟେଣ୍ଡର ଆହ୍ବାନର ଶେଷ ଦିନ । କିନ୍ତୁ ଶେଷ ଦିନରେ ସାମ୍ନାକୁ ଆସିଲା ଟେଣ୍ଡର ଫିକ୍ସିଂର ପ୍ରମାଣ । ସରକାରୀ ଅର୍ଥ ହରିଲୁଟ୍ କରିବାକୁ ବଡ଼ ଚତୁରତାର ସହ କରାଯାଉଛି ଚଞ୍ଚକତା । ଏଥିରେ ସାମିଲ ଥିବା ଜିଲ୍ଲାର କଣ୍ଟ୍ରାକ୍ଟର ମାନଙ୍କର ଏ ଭିଡ଼ିଓ ଆସିଛି ସାମ୍ନାକୁ । 

ଯେଉଁଥିରେ ଦେଖାଯାଉଛି ମିଳିତ ହୋଇ କଣ୍ଟ୍ରାକ୍ଟରମାନେ କେମିତି ଟେଣ୍ଡର ଫିକ୍ସିଂ କରିବାକୁ ଚଳାଇଛନ୍ତି ଯୋଜନା । କେବଳ ଏ ଭିଡିଓ ନୁହେଁ କେଉଁ ଠିକାଦାର କେତେ ନମ୍ବର କାମ ପାଇବ ଆଉ କେତେ ଟଙ୍କାରେ ଟେଣ୍ଡର ଫିକ୍ସିଂ ହୋଇଛି ତାର ଏକ ଚିଠା ମଧ୍ୟ ଲାଗିଛି ଅର୍ଗସ୍ ହାତରେ । ଗୁରୁବାର ପୂର୍ବାହ୍ନ 11 ଟାରେ ବ୍ଲକ୍ ଟେଣ୍ଡର କମିଟି ଦ୍ୱାରା ଟେଣ୍ଡର ଓପନିଂ ପାଇଁ ସମୟ ସ୍ଥିର ହୋଇଥିବାବେଳେ ତାର ଢେର୍ ପୂର୍ବରୁ ଠିକାଦାରମାନଙ୍କର ନାଁ ଥିଲା ଏ ଲିଷ୍ଟ୍ ଭାଇରାଲ ହେଉଛି । ଏ ନେଇ ଖବର ପ୍ରସାରଣ ପରେ ଦୋଷ ଲୁଚାଇବାକୁ ଚେଷ୍ଟା କରିଛି ଚିତ୍ରକୋଣ୍ଡା ବ୍ଲକ୍ ପ୍ରଶାସନ । ସମସ୍ତ 18ଟି ଟେଣ୍ଡରକୁ ବାତିଲ କରିଦିଆଯାଇଛି । 

ସରକାରୀ କାମ ପାଇଁ ସବୁ କଣ୍ଟ୍ରାକ୍ଟରମାନେ ଟେଣ୍ଡର ପକାଇବା ବଦଳରେ ନିଜ ନିଜ ଭିତରେ ସଲାସୁତୁରା କରିନେଉଛନ୍ତି । ଗୋଟିଏ କାମ ପାଇଁ ଜଣେ କଣ୍ଟ୍ରାକ୍ଟର ହିଁ ଟେଣ୍ଡର ପକାଉଛନ୍ତି । ସେ ହିଁ କାମ ପାଇବା ସୁନିଶ୍ଚିତ । ତେଣୁ ପ୍ରତିବଦଳରେ ଚଞ୍ଚକତାରେ ସାମିଲ ଥିବା ଅନ୍ୟ ଠିକାଦାରଙ୍କୁ ସେ ଦେଉଛନ୍ତି ଟଙ୍କା । ଏହିପରି 12ଟି କାମ ପାଇଁ ଲକ୍ଷାଧିକ ଟଙ୍କାର ଫିକ୍ସିଂ ହୋଇଥିବାବେଳେ ସିରିଏଲ ଅନୁସାରେ କାମ ପାଇଁ କଣ୍ଟ୍ରାକ୍ଟର ନିର୍ଦ୍ଧାରିତ ହୋଇସାରିଥିଲା । ଖବର ସାମ୍ନାକୁ ଆସିବା ପରେ ଟେଣ୍ଡର ସିନା ବାତିଲ ହେଲା, କିନ୍ତୁ କ୍ୟାମେରା ଆଗରେ କିଛି କହୁନାହାନ୍ତି ଚିତ୍ରକୋଣ୍ଡା ବିଡିଓ । 

ଆହୁରି ପଢନ୍ତୁ ଓଡିଶା ଖବର...
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ