ବିଜେପିର ଅଙ୍କରେ ବିଗୁଡୁଛି ବିଜେଡ଼ର ରାଜନୀତି
by Argus News
Thu, Mar 28 | 11:16 a.m.

ଅର୍ଗସ ବ୍ୟୁରୋ : ଟେନସନରେ ବିଜେଡ଼ି । ବଢୁଛି ଅଡ଼ୁଆ । ସେପଟେ ବଳ ଗୋଟାଉଛି ବିଜେପି । ରାଜ୍ୟରେ ବିଜେଡ଼ି ଅଙ୍କ ଦୃବଳ ହୋଉଥିବା ବେଳେ ଏପଟେ ସବଳ ହୋଇଛି । ଏପଟେ ବିଜେପି ତାର ୧୮ଟି ଲୋକସଭା ଆସନରେ ନିଜର ହେଭିୱେଟ୍ ନେତାମାନଙ୍କ ନାମ ଘୋଷଣା କରିଛି । ଏପଟେ ନେତା ମାନଙ୍କ ନାମ ଶୁଣି ଛାନିଆ ବିଜେଡ଼ି । ଧିରେ ଧିରେ ବିଗିଡ଼ିବାରେ ଲାଗିଛି ବିଜେଡିର ଅଙ୍କ କଷା । ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ କସରତ ଆରମ୍ଭ ହୋଇଛି ସତ କିନ୍ତୁ ଅଙ୍କ ବିଗିଡ଼ିବାରେ ଲାଗିଛି । 

ବିଜେଡି ଛାଡ଼ି ବିଜେପିରେ ସାମିଲ ପ୍ରଦୀପ ପାଣିଗ୍ରାହୀ ଏବେ ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କୁ ଗୋଟାଇବାରେ ଲାଗିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଜିଲ୍ଲାରେ ବିଜେଡି ସଂଗଠନକୁ ଦୁର୍ବଳ କରିବାରେ ଲାଗିଛି । ଦଳୀୟ ସଂଗଠନକୁ କର୍ମୀ ଓ ନେତାଙ୍କ ସହ ଯୋଗସୂତ୍ରରେ ବାନ୍ଧି ରଖିବା ଭଳି ଜଣେ ବି ଅଭିଜ୍ଞ ଓ ପୁରୁଖା ନେତା ବିଜେଡିକୁ ମିଳୁନାହାନ୍ତି । କେବଳ ଏହି କାରଣ ପାଇଁ ବିଜେଡି ସେଠାରେ ପ୍ରଦୀପଙ୍କୁ ଚେକ୍ ଦେବା ପାଇଁ ତାଙ୍କ ବିରୁଦ୍ଧରେ ବ୍ରହ୍ମପୁର ସଂସଦୀୟ ଆସନରୁ ନିଜର କୋରଟିମ୍ ସଦସ୍ୟ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଲୋକସଭା ତଥା ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିବା ମଧ୍ୟ ବିଜେଡି ପାଇଁ କାଠିକର ପାଠ ହୋଇଛି ।

 

ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ଓ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ଗଞ୍ଜାମରେ ବିଜେଡିର ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରଦୀପ ଗଞ୍ଜାମର ସାଂଗଠନିକ କାର୍ଯ୍ୟ ସହ ଜଡ଼ିତ ଥିଲେ । ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ଟିକେଟ୍ ଚୟନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ମାତ୍ର ଏବେ ପ୍ରଦୀପ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ବ୍ରହ୍ମପୁରରୁ ଲଢ଼ିବାକୁ ଯାଉଛନ୍ତି । ଗଞ୍ଜାମରେ କେବଳ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ବାଦ୍ ଦେଲେ ବିଜେଡି ସଂଗଠନ ସହ ଜଡ଼ିତ ପୁରୁଣା ନେତା ନାହାନ୍ତି । ପ୍ରାୟତଃ ସମସ୍ତେ ଆମଦାନୀ ହୋଇଥିବା ନେତା । ବିକ୍ରମ ପଣ୍ଡା ଓ ଚନ୍ଦ୍ରଶେଖର ସାହୁଙ୍କ ଭଳି କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କ ଉପରେ ବିଜେଡି କର୍ମୀ ଓ ସଂଗଠକମାନେ ଭରସା କରିପାରୁନାହାନ୍ତି । ଯାହାର ଫାଇଦା ନେଇ ପ୍ରଦୀପ ନିଜର ସ୍ଥିତି ଜିଲ୍ଲାରେ ଦିନକୁ ଦିନ ଅଧିକ ସୁଦୃଢ଼ କରିବାରେ ସକ୍ଷମ ହେଉଛନ୍ତି 

ସେପଟେ ଗଞ୍ଜାମରେ ପ୍ରଦୀପ ଏବେ ବିଜେଡିକୁ ଅଧିକ କ୍ଷତି କରିବାରେ ଲାଗିଥିବାରୁ ତାଙ୍କୁ ଚେକ୍ ଦେବା ପାଇଁ ମାନସଙ୍କୁ ମଇଦାନକୁ ଓହ୍ଲାଇବାକୁ ବିଜେଡି ନେତୃତ୍ୱ ଚାହୁଁଥିବା ଜଣାପଡ଼ିଛି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଗୋପାଳପୁର, ଦିଗପହଣ୍ଡି, ଚିକିଟି, ଛତ୍ରପୁର ଓ ବ୍ରହ୍ମପୁର ବିଧାନସଭା ମଣ୍ଡଳୀରେ ବିଜେଡିର ଗୋଷ୍ଠୀକନ୍ଦଳ ଉଗ୍ର ଅବସ୍ଥାରେ ରହିଛି । ତା’ଛଡ଼ା ଗଜପତି ଜିଲ୍ଲାର ଅନ୍ୟ ଦୁଇ ଆସନ ମୋହନା ଓ ପାରଳାଖେମୁଣ୍ଡିରେ ବିଜେଡି ଗତଥର ନିଜର ଖାତା ବି ଖୋଲି ପାରିନଥିଲା । 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ