ବାଂଲାଦେଶୀଙ୍କ ପାଇଁ ସୁରକ୍ଷିତ ପୁରୀ ? ମନଇଚ୍ଛା ରହୁଛନ୍ତି...
by Argus News
Thu, Sep 05 | 8:03 p.m.

ଅର୍ଗସ ବ୍ୟୁରୋ : ବାଂଲାଦେଶୀଙ୍କ ପାଇଁ ସୁରକ୍ଷିତ ଶ୍ରୀକ୍ଷେତ୍ର । କିଛି ଏମିତି ଚର୍ଚ୍ଚା ଏବେ ଜୋର ଧରିଛି । କାରଣ ଶହଶହ ସଂଖ୍ୟାରେ ଅନୁପ୍ରବେଶକାରୀ ପୁରୀରେ ଆଡ୍ଡା ଜମାଇଛନ୍ତି । ଖାସ କରି ପୁରୀ ବେଳାଭୂମି, ନୂଆ ନଈ, ତାଳବଣିଆ ଯେଉଁଠି ଦେଖିବେ ସେଇଠି ଶହଶହ ସଂଖ୍ୟାରେ ଯାଯାବର ରହୁଥିବା ବେଳେ କିଏ ବାଂଲାଦେଶୀ, କିଏ ଭାରତୀୟ ବା ପାକିସ୍ତାନୀ ତା'ର କୌଣସି ତଥ୍ୟ ପ୍ରଶାସନ ପାଖରେ ନାହିଁ । ଯେହେତୁ ପୁରୀ ଏକ ଗୁରୁତ୍ଵପୂର୍ଣ୍ଣ ସହର ତେଣୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ଆକ୍ସନ ମୋଡ୍‌ରେ ଏବେ ଜିଲ୍ଲା ପ୍ରଶାସନ ।

ସମୁଦ୍ର କୂଳରେ ପୁରୀ । ତେଣୁ ଜଳପଥ ଦେଇ ସହର ଭିତରକୁ ପ୍ରବେଶ କରିବାକୁ ଅନୁପ୍ରବେଶକାରୀ ଉଦ୍ୟମ କରୁଛନ୍ତି । ସେଇଥି ଲାଗି ତ ପୁରୀ ପାଇଁ ଘନେଇବାରେ ଲାଗିଛି ବିପଦ । ଯେହେତୁ ନିଇତି ଲକ୍ଷାଧିକ ଲୋକ ପୁରୀ ଆସୁଛନ୍ତି ତେଣୁ କିଏ କେଉଁ ଅଂଚଳର ଜାଣିବା ମୁସ୍କିଲ । ସୁଦୀର୍ଘ ବେଳାଭୂମି ଓ ବଡ଼ଦାଣ୍ଡରେ ବ୍ୟବସାୟର ପସରା ମେଲାଉଥିବା ଶହ ଶହ ଲୋକଙ୍କୁ ଚିହ୍ନଟ ପାଇଁ କୌଣସି ବ୍ୟବସ୍ଥା ବି ନାହିଁ । 

ଓଡ଼ିଶାରେ ପାଖାପାଖି ୪୮୦ କିଲୋମିଟର ସମୁଦ୍ର ରହିଛି । ତେଣୁ ଉପକୂଳ ଦେଇ ସହରରେ ପଶିବା ଅନୁପ୍ରବେଶକାରୀଙ୍କ ଲାଗି ସହଜ ହେଉଛି । ଖାସ କରି ଭୁବନେଶ୍ଵର , କେନ୍ଦ୍ରାପଡା ଓ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ଆକ୍ସନ୍ ମୋଡକୁ ଆସିଛନ୍ତି ଜିଲ୍ଲାପାଳ ଓ ଏସପି । ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, ସବୁ ମେରାଇନ ଥାନାକୁ ଆଲର୍ଟ କରାଯାଇଛି । ପାଟ୍ରୋଲିଂ ବଢ଼ାଯାଇଥିବା ବେଳେ କୋଷ୍ଟ ଗାର୍ଡମାନଙ୍କ ସହ ନିୟମିତ ଯୋଗାଯୋଗ ରହିଛି । 

ସୂଚନା ଅନୁସାରେ, ବରଗଡରେ- ୨, ଭଦ୍ରକରେ-୧୯୯, କେନ୍ଦ୍ରାପଡ଼ାରେ-୧୬୪୯, ଭୁବନେଶ୍ଵରରେ-୧୭, ଜଗତସିଂପୁର-୧୧୧୨. ମାଲକାନଗିରିରେ -୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବାଂଲାଦେଶୀ ରହିଥିବା ସୂଚନା ମିଳିଛି । ହେଲେ ପୁରୀରେ  କେତେ ସଂଖ୍ୟାରେ ବାଂଲାଦେଶୀ ଅଛନ୍ତି ସେ ନେଇ କୌଣସି ତଥ୍ୟ ନାହିଁ । ତେଣୁ ପୁରୀରେ ବୁଲୁଥିବା ବିଭିନ୍ନ ଯାଯାବରଙ୍କୁ ଚିହ୍ନଟ କରାଗଲେ ପ୍ରକୃତ ତଥ୍ୟ ସାମନାକୁ ଆସିବ । 


(ପୁରୀରୁ ଭିଡିଓ ଜର୍ଣ୍ଣାଲିଷ୍ଟ ସନାତନ ଓ ବିକ୍ରମଙ୍କ ସହ ପ୍ରିୟଦର୍ଶନ ମହାନ୍ତି ଓ ଆଲୋକ ଆଶୁତୋଷ)
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ