ଉଦଘାଟିତ ହେଲା ୩୫ତମ ସର୍ବ ଭାରତୀୟ ଲଲମନି କପ୍ କ୍ରିକେଟ 
by Argus News
Sun, Jan 21 | 9:21 p.m.

ସୁବର୍ଣ୍ଣପୁର: ଆଜି ଠାରୁ ଉଦଘାଟିତ ହେଲା ୩୫ତମ ସର୍ବ ଭାରତୀୟ ଲଲମନି କପ୍ କ୍ରିକେଟ । ଉଦ୍‌ଘାଟନୀ ସମାରୋହରେ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ପୌରାଧକ୍ଷା ତାମସି ତାମସ୍ମିତା ନାଏକ, ଏସପି ଅମରେଶ ପଣ୍ଡା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗଦେଇ ଥିଲେ । ଏଥର ନୂଆ ରୂପରେ ଜମିବ ଜାତୀୟ ଲାଲମନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଥର ପାଇଁ ଟର୍ଫ ପିଚ୍‌ରେ ୨୮ ତାରିଖ ଯାଏଁ ଦେଶର ବହୁ ସୁନାମଧନ୍ୟ ଦଳ ଟୁର୍ଣ୍ଣାମେଣ୍ଟରେ କ୍ରିକେଟ ଧୁମ ଦେଖାଇବେ ।

ପଶ୍ଚିମବଙ୍ଗ, ନାଗପୁର, ରାଞ୍ଚି, ଦିଲ୍ଲୀ ଭଳି ୯ ଗୋଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ବିଜୟୀ ଦଳକୁ ୮୦ ହଜାର ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ୫୦ ହଜାର ଟଙ୍କାର ପୁରସ୍କାର ଟଁକା  ଦିଆଯିବ । ଆଜି ପ୍ରଥମ ମ୍ୟାଚ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ମଧ୍ୟରେ ହୋଇଛି। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ t-20 ଓ t-10 ଫର୍ମାଟ ରେ ହେବ । ତେବେ ସୁନ୍ଦରଗଡ଼ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।  

ଅଧିକ ପଢନ୍ତୁ  ଓଡ଼ିଶା ଖବର
 

HOSPITAL
21m ago
ଦିଲ୍ଲୀ ଏୟାରପୋର୍ଟକୁ ବମ୍‌ ପକେଇ ଉଡେଇଦେବାକୁ ଧମକ !
ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ସ୍କୁଲକୁ ବମ୍‌ ପକାଇ ଦେବାର ଧମକ ଆସିବାର କିଛି ଦିନ ପରେ ବର୍ତ୍ତମାନ ଦିଲ୍ଲୀ ଏୟାରପୋର୍ଟକୁ ମଧ୍ୟ ବମ ପକାଇ ଉଡାଇଦେବାର ଧମ
MARUTI SWIFT
22m ago
୨୦୨୪ରେ ନୂଆ ରୂପରେ ମାରୁତି ସ୍ଵିଫ୍ଟ
ଅର୍ଗସ ବ୍ୟୁରୋ: ୨୦୨୪ରେ ନୂଆ ରୂପରେ ଲଂଚ ହେଇଛି ମାରୁତି ସ୍ଵିଫ୍ଟ ।ଏହି ମାରୁତି ସ୍ଵିଫ୍ଟ ଗାଡିଟି ୬.୫୦ଲକ୍ଷ ଟଙ୍କାରେ ଲଂଚ କରାଯାଇଛି ।ଏହାର ଟାଇପ ଭେରିଏଣ୍ଟର ୯.୬୫ ଟଙ୍କା । ନୂ
HEAT WAVE
50m ago
ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ ଓ୍ଵେଭ ସ୍ଥିତି ନାହିଁ
ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ଘଡଘଡି ସହିତ ପବନ ହେବାର ସମ୍ଭାବନା ରହିଛି । ଏନେଇ କେତେକ ଜିଲ୍ଲାକୁ ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞା