ବାଲ୍ଟିମୋର ବ୍ରିଜକୁ ଜାହାଜ ଧକ୍କା ଦେବା ଘଟଣା: କାହିଁକି ଏବଂ କିଭଳି ହୋଇଥିଲା ଦୁର୍ଘଟଣା
by Argus News
Thu, Mar 28 | 12:31 p.m.

ଅର୍ଗସ ବ୍ୟୁରୋ: ଦିନକ ପୂର୍ବରୁ ଆମେରିକାରୁ ଆସିଥିଲା ବଡ ଖବର । ମାଲବାହୀ ଜାହାଜ ଧକ୍କାରେ ବାଲଟିମୋରର ଦୀର୍ଘତମ ବ୍ରିଜ ତାସ ଘର ପରି ଭୁଶୁଡି ପଡିଥିଲା।ସୋସିଆଲ ମିଡିଆଠୁ ନେଇ ଆମେରିକା ଓ ଅନ୍ୟ ରାଷ୍ଟ୍ରର ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା। ଘଟଣାରେ ଏବେ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଶ୍ରୀଲଙ୍କା କଲମ୍ବୋରୁ ଆସୁଥିବା ଏହି ଜାହାଜରେ ଥିବା ସମସ୍ତ ୨୨ଜଣ କ୍ରିୟୁ ସଦସ୍ୟ ଭାରତୀୟ ଥିଲେ ଓ ସେମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଜୀବନ ରକ୍ଷା ପାଇଛି।

ଆମେରିକା ମେରିଲ୍ୟାଣ୍ଡ ଗଭର୍ଣ୍ଣର ବେଶମୁରଙ୍କ ସୂଚନା ଅନୁଯାୟୀ ବ୍ରିଜ୍ ଭୁଶୁଡିବା ପୂର୍ବରୁ ଡଲି ନାମକ ୩ଶହ ଲମ୍ବ ବିଶିଷ୍ଟ ମାଲବାହୀ ଜାହାଜ ଶ୍ରୀଲଙ୍କା କଲମ୍ବୋରୁ ଆସୁଥିଲା। ଘଣ୍ଟାକୁ ୮କିଲୋମିଟର ବେଗରେ ଯାତ୍ରା କରୁଥିଲା। ଦୁର୍ଘଟଣା ଆଶଙ୍କା ପରେ ଜାହାଜର କ୍ର୍ୟୁ ସଦସ୍ୟ ସତର୍କ କଲ ଦେଇଥିଲେ। ତେଣୁ ବ୍ରିଜର ଉଭୟ ପାଶ୍ୱର୍ର ଟ୍ରାଫିକକୁ ତୁରନ୍ତ ବନ୍ଦ ରଖାଯାଇଥିଲା। ବହୁ ଲୋକଙ୍କ ଜୀବନ ବଞ୍ଚିବା ସମ୍ଭବ ହୋଇପାରିଥିଲ। ୨୨ଜଣ ଭାରତୀୟ କ୍ର୍ୟୁ ସଦସ୍ୟ ପ୍ରକୃତ ହିରୋ ଅଟନ୍ତି।

ତେବେ ଦୁର୍ଘଟଣା ସମୟରେ ହାତଗଣତି କିଛି ଗାଡି ବ୍ରିଜ ଉପରେ ଥିବା ଯୋଗୁଁ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସର୍ଚ୍ଚ ଅପରେସନରେ ୨ଜଣଙ୍କୁ ଜୀବନ୍ତ ଉଦ୍ଧାର ମଧ୍ୟ କରାଯାଇଛି । ଦୁର୍ଘଟଣାରେ କେବଳ ବ୍ରିଜ ଭୁଷୁଡି ପଡିନି ବରଂ ଧକ୍କାରେ ମାଲବାହୀ ଜାହାଜର ଅନେକ ଅଂଶ ଜଳିପୋଡି ପାଉଁଶ ହୋଇଥିଲେ ବି ସମସ୍ତ କ୍ରିୟୁ ସଦସ୍ୟ ମୃତ୍ୟୁକୁ ମାତ ଦେଇଛନ୍ତି ।

ଏବେ ନଜର ପକାନ୍ତୁ ଏହି ଦୁଇଟି ଦୃଶ୍ୟ ଉପରେ । ଗୋଟିଏ ପାଶ୍ୱର୍ରେ ରହିଛି ଦୁର୍ଘଟଣା ସମୟର ଦୃଶ୍ୟ ଓ ଅନ୍ୟପଟେ ରହିଛି ଦୁର୍ଘଟଣା ପରର ଦୃଶ୍ୟ। କିଛି ମୂହୁର୍ତ୍ତରେ ବଦଳିଯାଇଛି ଦୃଶ୍ୟ । ସେପଟେ ଉଦ୍ଧାରକାର୍ଯ୍ୟ ଚାଲିଥିବା ଯୋଗୁଁ ବାଲଟିମୋର ପୋର୍ଟରେ ସମସ୍ତ ଜାହାଜ ଚଳାଚଳ ବନ୍ଦ ରଖାଯାଇଛି । ଫ୍ରାନ୍ସିସ ସ୍କଟ ବ୍ରିଜକୁ ମାଲାବାହୀ ଜାହାଜ ଧକ୍କା ଦେବା ପରେ ଏହା ପାଲପସ୍କୋ ନଦୀକୁ ଖସିପଡିଥିଲା ।୨.୬ କିଲୋମିଟର ୪ଲାଇନ ବିଶିଷ୍ଟ ବ୍ରିଜଟି ୧୯୭୭ ମସିହାରୁ କାର୍ଯ୍ୟକ୍ଷମ ହେବା ସହ ଏହା ଆମେରିକାର ବାଣିଜ୍ୟ ସହରକୁ ଯୋଡୁଥିବା ଅନ୍ୟତମ ବ୍ରିଜ ଅଟେ।

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

STOMACH
19m ago
ଖାଦ୍ୟ ଏମିତି ଖାଇଲେ ଓଜନ ବଢ଼ିବ !
ଅର୍ଗସ ବ୍ୟୁରୋ: ଖାଦ୍ୟ ନଚୋବାଇ ଗିଳିଦେଉଛନ୍ତି କି ? ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାନେ ଆପଣ ଖାଦ୍ୟକୁ ନଚୋବାଇ ଗିଳି ଦେଉଥିଲେ ଏହାଦ୍ୱାରା ଆପଣଙ୍କ ଓଜ
ନୀତିନ୍ ଗଡକରି
19m ago
ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କଲେ ନୀତିନ ଗଡକରୀ
ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରି । ଆଜି ଅପରାହ୍ନ ୧ଟା ୪୫ ର
SOAP
36m ago
ପ୍ରତିଦିନ ସାବୁନ ବ୍ୟବହାର କଲେ...
ଅର୍ଗସ ବ୍ୟୁରୋ: ସାବୁନ ତେଲ ଏବଂ ଚର୍ବି ମିଶାଇ ସାବୁନ ତିଆରି ହୁଏ ଯାହା ଚର୍ମରେ ଲାଗିଥିବା ମଇଳା ଏବଂ ଦୁର୍ଗନ୍ଧକୁ ଦୂର କରିଥାଏ । ସେଥିପାଇଁ ଅଧିକାଂଶ ଲୋକ ସେମାନଙ୍କର ଦୌନନ୍ଦି