ଡେରାପକାଉଥିଲେ ବଡ ନେତା, ରାତି ରାତି ରହୁଥିଲେ ଅଭିନେତ୍ରୀ
by Argus News
Thu, Jul 04 | 7:56 p.m.

ଅର୍ଗସ ବ୍ୟୁରୋ: ଧ୍ରୁବଙ୍କ ସ୍ବାଦରେ ବିଜେଡି ସରକାରର ମନ୍ତ୍ରୀ ନେତା କରୁଥିଲେ କ୍ୟାମ୍ପ। ନିର୍ବାଚନ ବେଳେ ରିତିମତ ଯାଉଥିଲେ ବଡ ନେତା। (କେତେବେଳେ ପ୍ରତାପ ଦେବ ତ ପୁଣି କେତେବେଳେ ପ୍ରତାପ ଜେନା) ଫଟୋ ଆସିବ । ଏଠି  ରାତି କାଟୁଥିଲେ ଅଭିନେତ୍ରୀ। ଲୋକଙ୍କ ଅଭିଯୋଗ, ବଲେ ବଲେ କେଳେଙ୍କାରୀରେ ଥିବା ଅଭିନେତ୍ରୀ ବି ଡେରା ପକାଉଥିଲେ ଧ୍ରୁବଙ୍କ ସ୍ବାଦରେ। ସରକାରୀ ଜମି, ଜଙ୍ଗଲ ଜମି,  ଗୋଚର ଜମି, ସ୍କୁଲ ଖେଳପଡିଆ ଗାଁ ଶ୍ମଶାନ। ସବୁ ଜମି ଉପରେ ଧ୍ରୁବଙ୍କ ଲୋଲୁପ ଦୃଷ୍ଟି। ଖାଲି ଆଖି ପକାଇ ନାହାଁନ୍ତି। ଜବର ଦଖଲ କରି କରିଛନ୍ତି ଆଲିଶାନ  ସ୍ଦାଦ ହୋଟଲ ।

ଏ ହେଉଛି ଧ୍ରୁବଙ୍କ ସ୍ବାଦ।  ବିଧାୟକ ଭାବେ ନିଜ କ୍ଷମତାର ଦୁରୁପଯୋଗ କରି  ଦେଢ ଏକର ଜଙ୍ଗଲ ଜମିରେ ଧ୍ରୁବ ଠିଆକରିଛନ୍ତି ହୋଟେଲ ଓ ରେଷ୍ଟୁରାଣ୍ଟ। ଏ ନେଇ ଖବର  ପ୍ରସାରଣ ପରେ  ଆଜି ବାହାର ଗେଟରେ  ପଡିଛି ତାଲା। ଖୋଲି ନିଆଯାଇଛି ସିସିଟିଭି।  ଭିତର କନିକା ଭିତରେ ଲୋକଙ୍କୁ ବୁଲାଇବାକୁ ବେଟରୀ ଗାଡିର ବ୍ୟବସ୍ଥା ବି  ଅଛି। ସରକାରୀ କାଗଜ ପତ୍ର କହୁଛି  ରାଜନଗର ଭିତରକନିକା ନିକଟ ବାଙ୍କୁଆଳରେ  24 ଡିସମଲ ଜମି ସୂର୍ଯ୍ୟଲେଙ୍କାଙ୍କ ନାଁରେ ରହିଛି। ଲୋକଙ୍କ ଅଭିଯୋଗ ଏ ଘରୋଇ ଜମିକୁ ଲାଗି ଉତ୍ତରରେ ଥିବା ଜଙ୍ଗଲ ଜମିକୁ ବେଆଇନ ଜବରଦଖଲ କରିଛନ୍ତି ଧ୍ରୁବ ସାହୁ। ନାଁ ସୂର୍ଯ୍ୟଙ୍କର ହେଲେ କାମ ଧ୍ରୁବଙ୍କର। ଦକ୍ଷିଣ ପଟରେ ଥିବା  ସ୍କୁଲ ଖେଳପଡିଆର 6 ଡିସମିଲ ଜମିକୁ ବି ନେଇଛନ୍ତି ନିଜ କବଜାକୁ। କେବଳ ଏତିକୁ ନୁହେଁ  ଗାଁ ଲୋକଙ୍କ ଶ୍ମସାନ ଜମି ବି ବାଦ ପଡିନି ଧ୍ରୁବଙ୍କ ଲୋଲୁପ ଦୃଷ୍ଟିର। ଯାହାର ପ୍ରତିବାଦ କରି ଧ୍ରବୁଙ୍କ ସ୍ବାଦ ହୋଟେଲ ଆଗରେ ବିକ୍ଷୋଭ କରିଛନ୍ତି ଗାଁ ଲୋକେ।

10 ବର୍ଷ ଧରି ରାଜନଗରର ବିଧାୟକ ଅଛନ୍ତି ଧ୍ରୁବ ସାହୁ। ନଜି ପ୍ରଭାବ ଓ କ୍ଷମତା ବଳରେ  ଧ୍ରୁବ ଜଙ୍ଗଲ ଜମି ଜବର ଦଖଲ କରିଥିଲେ ବି ଏଠିଚୁପ ଜିଲ୍ଲା ପ୍ରଶାସନ। ଚୁପ ବନବିଭାଗ। କ୍ୟାମେରା ଦେଖି ସମସ୍ତଙ୍କ ମୁହଁରେ ତୁଣ୍ଡି । ଧ୍ରୁବଙ୍କ ଜମି ଜବର ଦଖଲ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଛି। କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ଜିଲ୍ଲାପାଳ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି। ହେଲେ  ପ୍ରଶ୍ନ କେଉଁ  ଅଦୃଶ୍ୟ ଶକ୍ତିର ଚାପରେ ସମସ୍ତେ ଚୁପ। ଦଳର ମୁଖିଆ କହିବେ କି କେଉଁ ଜନସ୍ବାର୍ଥ ପାଇଁ  ଜଙ୍ଗଲ ଜମି ଜବର ଦଖଲ କରିଛନ୍ତି ତାଙ୍କ ବିଧାୟକ। କାହିଁକି ଚୁପ ନବୀନ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା