ବିଜେଡି ସରକାର ଅମଳରେ ଚାଲିଥିଲା ବେଧଡକ ଖଣି ଲୁଟ
by Argus News
Thu, Oct 17 | 7:18 p.m.

ଖୋର୍ଦ୍ଧା: ଖୋର୍ଦ୍ଧାରେ ମହାପ୍ରଭୁଙ୍କ ଖଣି ମହାଲୁଟ । ବେଆଇନ ଖଣି ଖନନ ମାମଲାରେ 5 ଲିଜ ଧାରୀଙ୍କ ବିରୋଧରେ ଏତଲା ଦେଲେ ଖୋର୍ଦ୍ଦା ଉପଜିଲ୍ଲାପାଳ । ଖଣି ମାଫିଆଙ୍କ ଅଣ୍ଟା ଭାଙ୍ଗିବେ କହିଲେ ନୂଆ ସରକାର। ମାମଲା ପରେ ଜେଲ ଯିବେ କି ଖଣି ଲୁଟର ସର୍ଦ୍ଦାର? ବିଜେଡି ସରକାର ଅମଳରେ ଚାଲିଥିଲା ବେଧଡକ ଖଣି ଲୁଟ୍ । ଲିଜ ଏରିଆ ବାହାରେ ଖଣି ଖୋଳି ମାଲେମାଲ ହେଉଥିଲେ ମାଫିଆ । 

ବେଆଇନ ଖଣି ଖନନ ମାମଲାରେ 5 ଲିଜ ଧାରୀଙ୍କ ବିରୋଧରେ ଏତଲା ଦେଲେ ଖୋର୍ଦ୍ଦା ଉପଜିଲ୍ଲାପାଳ... ଖଣି ଲିଜ ଏରିଆ ବାହାରେ ଏମାନେ  ବେଧଡକ ଭାବେ ଖଣି ଖୋଳି ଚାଲିଥିଲେ..ପ୍ରଶାସନର ନିର୍ଦ୍ଦେଶକୁ ଖାତିର ନ  ଥିଲା କି ନିତି ନିୟମକୁ ଭ୍ରୁକ୍ଷେପ ନ ଥିଲା...  ଏ ବେଧଡକ ଲୁଟ ବାବଦରେ ସବୁ ଜାଣି ବି ଚୁପ ଥିଲେ  ପୂର୍ବ ସରକାର.. କାହିଁକି ନା ଏ ଲୁଟରେ କେବଳ ଖଣି ମାଲିକ ନ ଥିଲେ ଥିଲେ କିଛି ଦୁର୍ନିତି ଗ୍ରସ୍ତ ଅଫିସର ଓ ନେତା।  ମହାପ୍ରଭୁଙ୍କ ଖଣିରୁ ବେଆଇନ୍‌ ଖଣି ଉତ୍ତୋଳନ ପାଇଁ ୧୯ ଜଣ ଖଣି ମାଲିକଙ୍କୁ ୨୦୨୨-୨୩ ରେ ହୋଇଥିଲା  22 କୋଟି 65 ଲକ୍ଷ ଜୋରିମାନା।

14 ଜଣ ଜୋରିମାନା ଦେଇଥିବା ବେଳେ ବାକି 5 ଜଣ ଜୋରିମାନା ଦେଇ ନ ଥିଲା।   ଦେବସ୍ମିତା ସାମନ୍ତରାୟ, ଜଗଦୀଶ ବରାଳ, ଅଜୟ ଅଗ୍ରୱାଲ,ନରେନ୍ଦ୍ର ଭୁରେ,ଦେବଜାନି ପ୍ରହରାଜଙ୍କ ନାମରେ  ଖୋର୍ଦ୍ଦା ଉପଜିଲ୍ଲାପାଳ ସଦର ଥାନାରେ ଏତଲା ଦେଇଛନ୍ତି। ଏମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ବି ସିଲ କରାଯାଇଛି। ମହାପ୍ରଭୁଙ୍କ ବିଭିନ୍ନ ପଥର ଖଣିରୁ ବେଆଇନ ଖଣି ଖନନ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ସମୟରେ ଲିଜ ଧାରୀଙ୍କୁ ନୋଟିସ ଦେଇଥିଲା॥ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦେବା ସହ ସଂପକ୍ତ ଲିଜଧାରୀଙ୍କୁ କଳା ତାଲିକାଭୁକ୍ତ କରିଥିଲେ।

ଉଚ୍ଚ ଜୁଆର
4m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
7m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ