ସର୍ବପୁରାତନ ବିଦ୍ରୋହୀ ଗୋଷ୍ଠୀ ସହିତ ଐତିହାସିକ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର
by Argus News
Thu, Nov 30 | 8:58 a.m.

ଅର୍ଗସ ବ୍ୟୁରୋ: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଳାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ ବଡ଼ ସଫଳତା ହାସଲ ମିଳିଛି। ଶାନ୍ତି ପାଇଁ ଐତିହାସିକ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତ ସରକାର ଏବଂ ମଣିପୁର ସରକାର ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ତଥା ସର୍ବପୁରାତନ ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି  ସ୍ବାକ୍ଷର କରିଛନ୍ତି ।

 

ଏହି ଚୁକ୍ତି ସମ୍ପୂର୍ଣ୍ଣ ଉତ୍ତର ପୂର୍ବ ଭାରତ ଏବଂ ବିଶେଷ କରି ମଣିପୁରରେ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ କରିବାକୁ ମାର୍ଗ ପ୍ରଶସ୍ତ କରିବ। 

ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବାଙ୍ଗୀନ ବିକାଶ ଏବଂ ଉତ୍ତର-ପୂର୍ବ ଭାରତର ଯୁବକମାନଙ୍କୁ ଉନ୍ନତ ଭବିଷ୍ୟତ ପ୍ରଦାନ କରିବାର ସ୍ବପ୍ନକୁ ସାକାର କରିବାରେ ଏହା ଏକ ଐତିହାସିକ ସଫଳତା ।  ଗୃହମନ୍ତ୍ରୀ ଗଣତାନ୍ତ୍ରିକ ପ୍ରକ୍ରିୟାରେ ୟୁଏନଏଲଏଫକୁ ସ୍ବାଗତ କରିବା ସହ ଶାନ୍ତି ଓ ପ୍ରଗତି ପଥରେ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଥର ପାଇଁ ଘାଟୀ ସ୍ଥିତ ମଣିପୁରୀ ସଶସ୍ତ୍ର ଗୋଷ୍ଠୀ ହିଂସା ତ୍ୟାଗ କରି ଭାରତର ସମ୍ବିଧାନ ଓ ଦେଶର ଆଇନକୁ ସମ୍ମାନ ଜଣାଇ ମୁଖ୍ୟସ୍ରୋତକୁ ଫେରିବାକୁ ରାଜି ହୋଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସ୍ବଚ୍ଛ ପାନୀୟ
1m ago
5 ବର୍ଷରେ ଆଖି ବୁଜିଲେଣି 15 ଜଣ
ଅନୁଗୁଳ: ସ୍ବଚ୍ଛ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡି ସରକାର । ଫେଲ୍ ମାରିଛି ବସୁଧା ଯୋଜନା ଓ ମେଗା ପାନୀୟ ଜଳ ପ୍ରକଳ୍ପ । 50 ପରିବାରର ଶୋଷ ମେଣ୍ଟାଉଛି ଗୋଟିଏମାତ୍ର ନଳକୂପର
ପର୍ଯ୍ୟାୟ ନିର୍ବାଚନ
28m ago
ସୁବର୍ଣ୍ଣପୁରର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ
ସୁବର୍ଣ୍ଣପୁର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଜିଲ୍ଲାର ସୋନପୁର ବିଧାନସଭ
ଲାଭ
29m ago
କେନ୍ଦ୍ର ସରକାରଙ୍କ ଯୋଜନା,ଅଳ୍ପ ଟଙ୍କାରେ ବଢ଼ିଆ ଲାଭ
ଅର୍ଗସ ବ୍ୟୁରୋ: ଯଦି ଆପଣ ମଧ୍ୟ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ତାହା ପୁଣି ସ୍ୱଳ୍ପ ବଜେଟରେ ତାହେଲେ କେନ୍ଦ୍ର ସରକାର ଆପଣଙ୍କ ପାଇଁ ଆଣିଦେଇଛନ୍ତି ଏକ ସୁବର୍ଣ୍ଣ ସୁଯୋଗ