ଦୁର୍ଗାପୂଜା ଭସାଣିକୁ ନେଇ କଟକଣା ଜାରି କଲା କମିଶନରେଟ ପୋଲିସ
by Argus News
Tue, Oct 08 | 5:25 p.m.

ଅର୍ଗସ ବ୍ୟୁରୋ : ଦୁର୍ଗା ପୂଜା ଭସାଣିରେ ରାତି ୧୨ ଟା ପରେ ବାଜିବା ନାହିଁ ସାଉଣ୍ଡ କି ପାରମ୍ପରିକ ବାଦ୍ୟ । କିଛି ଏଭଳି କଟକଣା ଜାରି କରିଛି କମିଶନରେଟ ପୋଲିସ । ହେଲେ ଏହି କଟକଣାକୁ ବିରୋଧ କରିଛି କଟକ ସୁରକ୍ଷା ସମିତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କମିଶନରେଟ ପୋଲିସ ଯେଉଁ କଟକଣା କରିଛି ତାକୁ ପ୍ରତ୍ୟାହାର କରୁ  ବୋଲି କହିଛନ୍ତି ସୁରକ୍ଷା ସମିତି। ସେ କହିଛନ୍ତି ଭସାଣି ସମୟରେ 65 ଡେସିବାଲ ସାଉଣ୍ଡ ବାଜିବା ଓ ରାତି ୧୨ ଟା ପରେ ସାଉଣ୍ଡ ନ ବଜାଇବା ପାଇଁ ଯେଉଁ କଟକଣା ରହିଛି ତାକୁ ସ୍ୱାଗତ କରୁଛୁ କିନ୍ତୁ ପାରମ୍ପରିକ ବାଦ୍ୟକୁ ବନ୍ଦ  କରାନଯାଉ।

ଅଧିକ ପଢନ୍ତୁ : ଦୁର୍ଗା ଅଷ୍ଟମୀ ଓ ନବମୀକୁ ନେଇ ଦ୍ଵନ୍ଦ୍ଵରେ ଭକ୍ତ : ପ୍ରକୃତରେ ଅଷ୍ଟମୀ କେବେ ?

ପାରମ୍ପରିକ ବାଦ୍ୟ ବନ୍ଦ ହେବା ଦ୍ୱାରା ପରମ୍ପରା ନଷ୍ଟ ହେବା ସହ ମାଆଙ୍କୁ ଅପମାନ ହେବ ତେଣୁ  କମିଶନରେଟ ପୋଲିସ ଏହି କଟକଣା କୁ ପ୍ରତ୍ୟାହାର କରୁ ବୋଲି ଦାବି କରିଛି କଟକ ସୁରକ୍ଷା ସମିତି।ଏହି ସାମ୍ବାଦିକ ସମ୍ମିଳନୀ ରେ ବହୁ ପୂଜା କମିଟିର କର୍ମକର୍ତ୍ତା, ସହରର ବହୁ ଯୁବକଙ୍କ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ l 

ଗ୍ରାଚୁଇଟି ସୀମା
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍