ହଷ୍ଟେଲରେ ଡାଲି ବଦଳରେ ମିଳୁଛି ତେନ୍ତୁଳି ଚାରୁପାଣି
by Argus News
Thu, Nov 23 | 2:17 p.m.

ଅର୍ଗସ ବ୍ୟୁରୋ : ହଷ୍ଟେଲର ଅଭିଯୋଗ ନେଇ ୩ କିଲୋମିଟର ଚାଲିଚାଲି ଆସି ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ଅନ୍ତେବାସୀ. ହଷ୍ଟେଲରେ ସେମାନଙ୍କୁ ଅନେକ ପ୍ରକାର ଅତ୍ୟାଚାର କରାଯାଉଛି. ଛୁଟି ପରେ ବିଦ୍ୟାଳୟ ଖୋଲି ପ୍ରାୟ ୯ ମାସ ବିତିଯାଇଥିଲେ ମଧ୍ୟ ମାତ୍ର ଥରେ ତେଲ ସାବୁନ ଦିଆଯାଉଛି. ଡାଲି ବଦଳରେ ମିଳୁଛି ଚାରୁପାଣି. ୨୦୦ ପିଲାଥିବା ବେଳେ ମାତ୍ର ୪ ରୁ ୫ଟି ବାଥରୁମ ରହିଛି. ପ୍ରତିବାଦ ଆଣିଲେ ହଷ୍ଟେଲରୁ ବାହାର କରିଦେବାର ଧମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଅନ୍ତେବାସୀ . ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ ମହକୁମା ଆମ୍ବାଗୁଡ଼ା RSEWC ଉଚ୍ଚବିଦ୍ୟାଳୟ ରେ।      

 

ଜୋର ଜବରଦସ୍ତ ଚୁଟି କାଟିବାକୁ ବାଧ୍ୟ କରାଯାଉଛି. ଏବଂ ଜାତିଆଣ ମନୋଭାବ ରଖିବା ଭଳି ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି. ସେପଟେ ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁତି ଭୁଷଣ ରଥ . କେବଳ ବାଥରୁମ ଅବ୍ୟବସ୍ଥାକୁ ଛାଡି ବାକି ସବୁ ଅଭିଯୋଗ ମିଛି ବୋଲି କହିଛନ୍ତି ପ୍ରଧାନଶିକ୍ଷକ.ଜିଲାପାଳ ସ୍ଵଧାଦେବ ସିଂ  ସମସ୍ତ ଅଭିଯୋଗ ଶୁଣିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଅନ୍ତେବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ