ମଣିଷ ବୁଝୁନି ଗାଈ ବୁଝୁଛି
by Argus News
Thu, Jun 27 | 5:51 p.m.

ଅର୍ଗସ ବ୍ୟୁରୋ : ନିୟମ ! ମଣିଷ ନିଜେ କରେ ଆଉ ନିଜେ ଭାଙ୍ଗେ ବି। କିନ୍ତୁ ଜୀବଜନ୍ତୁ କହିପାରନ୍ତିନି ଶୁଣିପାରନ୍ତିନି ସତ କିନ୍ତୁ ସବୁ ବୁଝନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ପୁନେରେ। ନିୟମର ଗୁରୁତ୍ୱ ମଣିଷ ବୁଝିନି କିନ୍ତୁ ଏକ ଗାଈ ବୁଝିଛି। ନିକଟରେ ପୁନେ ପୋଲିସ ଏକ ଭିଡିଓ ସେଆର କରିଛି ଯେଉଁଥିରେ ଏକ ଗାଈ କିଭଳି ଭାବେ ଟ୍ରାଫିକ ନିୟମ ମାଣିଛି ତାହା ଦେଖିବାକୁ ମିଳିଛି।

ସିଏ ବି ବୁଝିଛି ଟ୍ରାଫିକ୍ ନିୟମର ଗୁରୁତ୍ୱ। ବାକି ସବୁ ଗାଡି ସହିତ ସିଏ ବି ଟ୍ରାଫିକ୍ ନିୟମ ମାନି ଅପେକ୍ଷା କରି ରହିଛି। ପୁନେ ମିରର ନାମରେ ଏକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଭିଡିଓ ସେଆର କରାଯାଇଛି ଏବଂ କ୍ୟାପସନରେ ଲେଖାଯାଇଛି ଗାଈର ବୁଝିବା ଶକ୍ତି କିଛି ଲୋକଙ୍କୁ ଲଜ୍ଜିତ କରିଛି। 

ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଲୋକେ ଗାଈ ଟିର ଉପସ୍ଥିତ ବୁଦ୍ଧିର ଖୁବ ପ୍ରଶଂସା କରିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର 

HOROSCOPE
26m ago
ଏକାଦଶୀରେ ଏହି 4 ରାଶି ପାଇଁ ଶୁଭ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆଜିର ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଚାକିରୀ କ୍ଷେତ୍ରରେ ଭ
ସୁସ୍ଥ ହେବେ ମହାପ୍ରଭୁ
34m ago
ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ
ପୁରୀ: ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗ
ହାତୀ
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ