ଉଦ୍ଧାର ହେଲା ଥଣ୍ଟିଆ କୁମ୍ଭୀର  
by Argus News
Wed, Sep 18 | 4:16 p.m.

କଟକ: କାଠଯୋଡ଼ିରୁ ଉଦ୍ଧାର ହେଲା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼ି ରେ ରହିଥିଲା ଏହି କୁମ୍ଭୀର।

ସି ଡ଼ି ଏ କାଠଯୋଡ଼ି ନଦୀ ପଠା ରେ ଜୟନ୍ତ ବେହେରା ନାମକ ବ୍ୟକ୍ତି ମାଛ ଧରିବା ସମୟରେ ଏହି ଛୁଆ କୁମ୍ଭୀରକୁ ଦେଖି ରେଞ୍ଜ ଯୋନ୍‌ କୁ ଖବର ଦେଇଥିଲେ। ଏହାପରେ ଟିମ ସେଠାରେ ପହଞ୍ଚି  ଉକ୍ତ କୁମ୍ଭୀରକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ଏହା 4 ମାସ ର ଘଡ଼ିଆଳ କୁମ୍ଭୀର ଜଣାପଡିଥିଲା। ଯାହାର ଲମ୍ବ ଦୁଇ ଫୁଟ।  କୁମ୍ଭୀର କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ଓ ପରେ DFO ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦନକାନନ ନହଲେ ସାତକୋଶିଆ ରେ ଛଡାଯିବ ବୋଲି କହିଛନ୍ତି କଟକ ବନାଞ୍ଚଳ ଅଧିକାରୀ ରଶ୍ମିରେଖା ପରିଡା।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଗୋଷ୍ଠୀ ସଂଘର୍ଷ
13m ago
ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଲାଗୁ
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତ
100 ଦିନ
41m ago
100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା
ପୁରୀ: 5 ବର୍ଷରେ 11ଟି MSME ପାର୍କ ପ୍ରତିଷ୍ଠା କରିବେ ବିଜେପି ସରକାର । ବିଜେପି ସରକାରର 100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଗତକାଲି ଉଚ୍ଚସ୍ତରୀ
ବଢିବ ବର୍ଷା
45m ago
୨୨ ତାରିଖରୁ ବଢିବ ବର୍ଷାର ପରିମାଣ
ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ୨୨ ତାରିଖରୁ ବଢିବ ବର୍ଷାର ପରିମାଣ। ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ କିଛ