ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା
by Argus News
Sat, Sep 21 | 9:10 p.m.

ଅର୍ଗସ ବ୍ୟୁରୋ:  ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ସରକାର ବଦଳିଛି ସତ କିନ୍ତୁ ଏବେ ବି ପୋଲିସର ପାଣ୍ଡିଆନ ସିଣ୍ଡ୍ରୋମ ଚାଲିଛି । ପୂର୍ବ ସରକାର କ୍ରାଇମବ୍ରାଞ୍ଚର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆରଟିଆଇ କର୍ମୀ । ଭରତପୁର ଥାନାକୁ ସେ ମହିଳା ଅଭିଯୋଗକାରୀ ହୋଇ ଯାଇଥିଲେ । କିନ୍ତୁ ପୋଲିସ କିଭଳି ଓ କେଉଁ ସାହାସରେ ତାଙ୍କୁ ନିର୍ଯାତନା ଦିଆଗଲା। ଆଜି କୁହାଯାଉଛି ସିସିଟିଭି ନାହିଁ, କେନ୍ଦ୍ର ସରକାର ୧୦୦ କୋଟି ଦେଇଥିଲେ ।

ଓଡ଼ିଶାରେ ଆଦର୍ଶ ଥାନାରେ କାହିଁକି ସିସିଟିଭି ଲଗେଇ ନଥିଲେ ? । ପୂର୍ବ ସରକାର କିଛି ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ଆଶିଷ ସିଂ, କୋଟେ, ସଂଜୀବ ପଣ୍ଡା ଡିସିପି ପ୍ରତୀକ ସିଂ ଏମାନଙ୍କୁ ଲଗେଇଛି ଦୁର୍ନୀତିକୁ ଲୁଚେଇବା ପାଇଁ । ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି । ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ, ୧୦୦ ଦିନ ବିତିଗଲା ଏବେ ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାହାର କରନ୍ତୁ । ଆସନ୍ତା ସୋମବାର ଆର୍ଟିଆଇ କର୍ମୀ ଭିଜିଲାନ୍ସରେ ପଣ୍ଡିଆନଙ୍କ ନାଁରେ ଅଭିଯୋଗ କରିବେ ବୋଲି କହିଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ILLEGAL
ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ସଂଜୌଲୀ ମସଜିଦ ବିବାଦ ଥମିନଥିବାବେଳେ ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ । କୋର୍ଟଙ୍କ ନିର୍ଦ୍ଦେଶ ପର
J&K
ନିର୍ବାଚନ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ପୁଣିଥରେ ଆତଙ୍କବାଦୀଙ୍କ ଆଡ୍ଡା କରିବାକୁ ଚାହାନ୍ତି ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାର । ତୁଷ୍ଟିକରଣ ରାଜନୀତି କରି ଭୂସ୍ବର୍ଗକୁ ନର୍
POLICE STATION
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ