ବ୍ୟାଙ୍କ ଖାଉଛି ଗ୍ରାହକଙ୍କ ଟଙ୍କା, ଏବେ କାହାକୁ ଭରସା କରିବା ଆମେ
by Argus News
Wed, Mar 13 | 8:31 p.m.

ଅର୍ଗସ ବ୍ୟୁରୋ : ଗ୍ରାହକ ଜାଣୁ ନାହାନ୍ତି କିନ୍ତୁ ତାଙ୍କ ଆକାଉଣ୍ଟରୁ ଉଠୁଛି ଲକ୍ଷାଧିକ ଟଙ୍କା । ଯେଉଁଠି ଟଙ୍କାର ସୁରକ୍ଷା କଥା ଚିନ୍ତାକରି ଲୋକେ ନିଜର ଟଙ୍କାକୁ ବ୍ୟାଙ୍କରେ ରଖିଥାନ୍ତି, ସେଠାରୁ ଯଦି ଟଙ୍କା ହଡପ କରାଯାଏ ତାହାଲେ ଗ୍ରାହକ କାହାକୁ ଭରସା କରିବେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଧିନ ବାରବାଟି ୟୁକୋ ବ୍ୟାଙ୍କ ଶାଖାରୁ ଆସିଛି ଏଭଳି ଘଟଣା । ଏହି ଶାଖାରେରେ ଏକ ବଡ଼ ଧରଣ ଟଙ୍କାର ହେର୍ ଫେର୍ ହୋଇଥିବା ନେଇ ଅଭିଯୋଗ ମଧ୍ୟ ଆସିଛି । 

ରସୁଲପୁର ବ୍ଲକ ଅଧିନ ଗୋପାଳ ପୁର ଗ୍ରାମର ରବିନ୍ଦ୍ର ଗୁଇଁ ଏହି ଅଭିଯୋଗ ଆଣିଛନ୍ତି । ତାଙ୍କ ଅଜାଣତରେ ତାଙ୍କର କରେଣ୍ଟ ଆକାଉଣ୍ଟରୁ ଷୋହଳ ଲକ୍ଷ ପଚିଶ ହଜାର ଟଙ୍କା ତାଙ୍କ ନାମରେ ଜାଲ ଦସ୍ତଖସ୍ତ କରି ଏହି ଟଙ୍କା ଉଠାଯାଇଛି । ଏହା ଜାଣିବା ପରେ ରବୀନ୍ଦ୍ର ଶାଖା ପରିଚାଳକଙ୍କୁ ଟଙ୍କା ଉଠାଣ ହୋଇଥିବା ରସିଦ ମାଗିଥିଲେ ତାହା ମିଳି ପାରିନଥିଲା । ଯାହାକୁ ନେଇ ରବିନ୍ଦ୍ର ୟୁକୋ ବ୍ୟାଙ୍କ ଜୋନାଲ ଅଫିସରେ ମଧ୍ୟ ଅଭିଯୋଗ କରିଥିଲେ ।

ରବିନ୍ଦ୍ର ଗୁଇଁ ତାଙ୍କ ଦୋକାନ ହ୍ୟାଣ୍ଡଲୁମ୍ ବୟନ କଳା ନାମରେ ୟୁକୋ ବ୍ୟାଙ୍କରେ ଏକ କରେଣ୍ଟ ଆକାଉଣ୍ଟ୍ ଖୋଲିଥିଲେ । ଉକ୍ତ ଆକାଉଣ୍ଟ୍ ମାଧ୍ୟମରେ ତାଙ୍କର ୧୨ଲକ୍ଷ ଟଙ୍କା ସିସି ଲୋନ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଥମେ ୨୫ ହଜାର ପରେ ଦୁଇ କିସ୍ତିରେ ୮ଲକ୍ଷ ଲେଖାଏଁ ଟଙ୍କା ଉଠାଣ ହୋଇଛି । ଯାହା ରବିନ୍ଦ୍ର ଗୁଇଁଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କ କତୃପକ୍ଷଙ୍କ ଜାଣତରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି ରବିନ୍ଦ୍ର ଗୁଇଁ I 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପରବର୍ତ୍ତୀ ସମୟରେ ଆଇନର ଆଶ୍ରୟ ନେବାରୁ ତାଙ୍କୁ ସମସ୍ତ ତଥ୍ୟ ମିଳିଥିଲା ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ତାଙ୍କ ଆକାଉଣ୍ଟକୁ ବ୍ୟବହାର କରାଯାଇ  ଆର୍ଥିକ ହେର୍ ଫେର୍ ହୋଇଥିବା ସେ ମଧ୍ୟ ସନ୍ଧେହ କରିଥିଲେ । ଏଭଳି ଘଟଣାକୁ ନେଇ ସେ ଏକ ବଡ ଧରଣର ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ବ୍ୟାଙ୍କ୍ ନାମରେ ଗ୍ରାହକ ବିଭିନ୍ନ ସମୟରେ ମିଛ ମାମଲା ମଧ୍ୟ କରିଥାନ୍ତି ଏହାର ଠିକ୍ ରୂପେ ତଦନ୍ତ କରାଗଲେ ପ୍ରକୃତ ସତ ସାମନାକି ଆସିବ ।
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ