ଘରକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ
by Argus News
Sat, Jan 13 | 8:06 p.m.

ସୁବର୍ଣ୍ଣପୁର : ଘରକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ । ସୁଚନା ଅନୁସାରେ ଗରିଆମୁଣ୍ଡା ଗାଁର ଶଙ୍ଗର ନାଏକଙ୍କ ୨୪ ବର୍ଷୀୟ ପୁଅ ଅଚ୍ୟୂତ ନାଏକ ଦିର୍ଘ ତିନି ବର୍ଷ ହେବ ବେଙ୍ଗାଲୁରୁର ଏକ ମସିଣା କମ୍ପାନିରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସି ପୁଣି କାମ କରିବାକୁ ଯାଉଥିଲେ । ତେବେ ଦି ଦିନ ତଳେ ସେଠାରେ ତାଙ୍କ ଦାହ ହଠାତ ଖରାପ ହୋଇଥିଲା । ତାଙ୍କ ସାଙ୍ଗରେ ଥିବା ଯୁବକମାନେ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକଙ୍କୁ ସାଥି ଯୁବକମାନେ ଖବର ଦେଇଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ହେଲେ ମୃତ୍ୟୁ ଖବର ପାଇ ପରିବାର ଲୋକ ଶବ ଆଣିବାକୁ ସାହାସ ପାଇ ନଥିଲେ । କାରଣ ଗରିବ ପରିବାରର ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ହୋଇଥିବାବେଳେ ହାତରେ ଟଙ୍କା ପଇସା ନଥିବାରୁ ସେ ସରକାରୀ ସହାୟତା ଲୋଡିଥିଲେ । ସ୍ଥାନୀୟ ସରପଂଚ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଯୋଗାଯୋଗ କରି ଶବ ଅଣିବାକୁ ଅନୁରୋଧ କରିଥିଲେ । ବିଧାୟକ ଏବଂ  ଓଡିଶା ମୋ ପରିବାରର ସହଯୋଗରେ ଆଜି ମୃତ ଦେହ ଗାଁରେ ପହଂଚିଥିବାବେଳେ ଗାଁରେ ଶୋକାକୁଳ ପରିବେଶରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତେବେ ସରକାରୀ ହିସାବରେ ଦାଦନ ଶୁନ୍ୟ ଜିଲ୍ଲାରୁ କିଭଳି ଦାଦନ ଯାଇ ମୃତ୍ୟୁ ବରଣ କରୁଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରୁଛି ।

ପ୍ରଧାନମନ୍ତ୍ରୀ ମୋଦି
46m ago
"କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲା ଆତଙ୍କବାଦ"- ପ୍ରଧାନମନ୍ତ୍ରୀ ମୋଦି
କନ୍ଧମାଳ : କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କଂଗ୍ରେସ ବାରମ୍ବାର ଆମ ଦେଶକୁ ଡରାଇବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲ
MODI
52m ago
କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି-ମୋଦି
ଅର୍ଗସ ବ୍ୟୁରୋ :ଫୁଲବାଣୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି। ନାରାରେ କମ୍ପୁଛି ଜନସଭା । ଖାଲି ସେତିକି ନୁହେଁ ଓଡିଆରେ କହିଲେ ସମସ୍ତ ମାନ୍ୟଗଣ ଵ୍ୟକ୍ତିଙ୍କୁ ପ୍ରଣାମ ତାହାସହ ମଚଂର
ପ୍ରଧାନମନ୍ତ୍ରୀ ମୋଦି
ଏଥର ନିର୍ବାଚନରେ ଇତିହାସ ରଚିବ ଓଡିଶା - ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ : କନ୍ଧମାଳ ଯିବା ପୂର୍ବରୁ ପୁଣି ଟ୍ବିଟ କଲେ ପ୍ରଧାନମନ୍ତ୍ରୀ । ଗତକାଲିର ମେଗୋ ରୋଡ୍ ସୋ ର ଭିଡିଓ ପୋଷ୍ଟ କରି ମୋଦି ଲେଖିଛନ୍ତି , ଚଳିତ ଥର ନିର୍ବାଚନରେ ଇତିହାସ ରଚିବ ଓଡିଶ