ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ପୋଲିସ ଡିଜି
by Argus News
Mon, Nov 25 | 5:46 p.m.

ଅର୍ଗସ ବ୍ୟୁରୋ: କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର । ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୀତ କାଳୀନ ଅଧୀବେଶନ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ବିଧାନସଭା ପାଇଁ ରାଜଧାନୀରେ ମୁତୟନ ହେବେ 30ପ୍ଲାଟୁନ ଫୋର୍ସ । 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ବିଧାନସଭା ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନୁପୁଜିବ ସେଥିପାଇଁ ମଧ୍ୟ ନଜର ରଖିଛି ପୋଲିସ ।

ସେପଟେ 29 ତାରିଖ ରୁ ଭୁବନେଶ୍ବରରେ ପ୍ରଥମଥର ପାଇଁ ହେବ ଡିଜି ଆଇଜି ସମ୍ମିଳନୀ । 3 ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା , ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ସମେତ ସବୁ ରାଜ୍ୟର ଡିଜି ଓ ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ । ବ୍ଲୁ ବୁକ ଅନୁସାରେ ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଲୋକସେବା ଭବନ ସମେତ ଆଖ ପାଖ ଅଞ୍ଚଳକୁ ସିଲ କରି ଦିଆଯାଇଛି । 

ଗୋଟିଏ ପଟେ ବିଧାନସଭା ଅନ୍ୟ ପଟେ ଡିଜି ଆଇଜି ସମ୍ମିଳନୀ । ଏହି ସମୟ ଭିତରେ ଯେଭଳି ଭୁବନେଶ୍ବର ସମେତ ସାରା ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ନପୁଜେ ସେଥିପାଇଁ ସ୍ପେଶାଲ ଡ୍ରାଇଭ କରି ପେସାଦର ଅପରାଧୀଙ୍କ ଉପରେ ନଜର ରଖିଛି ପୋଲିସ । 
 

ପ୍ରଧାନମନ୍ତ୍ରୀ ମୋଦି
4m ago
ଗୁରୁତ୍ବପୂର୍ଣ୍ଣ ଡିଜିପି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ପ୍ରଥମ ଥର ଲାଗି ହେବାକୁ ଯାଉଛି ସର୍ବ ଭାରତୀୟ ଡିଜିପି ସମ୍ମିଳନୀ । ନଭେମ୍ବର 29ରୁ ଡିସେମ୍ବର 1 ଯାଏଁ ତିନି ଦିନ ଧରି ଭୁବନଶ୍ବରରେ ହେବ ଡିଜିପି ସମ୍ମିଳନ
ମହାରାଷ୍ଟ୍ର
15m ago
୫ ମାସ ଭିତରେ ଓଲଟିଗଲା ଦେଶର ରାଜନୈତିକ ବାତାବରଣ
ଅର୍ଗସ ବ୍ୟୁରୋ : ବଦଳିଯାଇଛି ଅନ୍ଦାଜ। ଏଥର ଆଉ ଅନୁରୋଧ କି ଆହ୍ବାନ ନୁହେଁ । ସିଧାସିଧା ଚେତାବନୀ। ବିରୋଧୀଙ୍କ ପ୍ରତି ଅଧିକ ଆକ୍ରାମକ ମୁଦ୍ରାରେ ପ୍ରଧାନମନ୍ତ୍ରୀ। ସଂସଦର ଶୀତ ଅଧିବେଶ
ଭବ ପ୍ରସାଦ ଦାସ
15m ago
3 ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ
ଯାଜପୁର: 3 ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ । ଏସ ଡି ଜେ ଏମ କୋର୍ଟରେ ଜାମିନ ଖାରଜ ହୋଇଛି । ପୋଲିସ ପକ୍ଷରୁ ହୋଇଥିଲା ଦୁଇଟି ଅଭିଯୋଗ । କେସ ନମ୍ବର ୪୬୯ ଏବଂ ୪୭
LALA
28m ago
ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ପଛରେ କିଏ ?
ଅର୍ଗସ ବ୍ୟୁରୋ: ଯାଜପୁର ବୁଢାପୋଲ ପାଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣର ଇଏ ହେଉଛି ଦୃଶ୍ୟ। ଠେଙ୍ଗା, ରଡ୍ ଧରି ଆକ୍ରମଣ କଲେ, ଗାଡି କାଚ ଭାଙ୍ଗିଲେ, ପିଏସଓଙ୍
ACCIDENT
41m ago
ବାହାଘରକୁ ଯାଉଥିଲେ, ଗୁଗୁଲ୍ ମ୍ୟାପ ପାଇଁ ଜୀବନ ଚାଲିଗଲା
ଅର୍ଗସ ବ୍ୟୁରୋ: ଗୁଗୁଲ୍‌ ମ୍ୟାପ୍‌ ପାଇଁ ଚାଲିଗଲା ୩ ଜଣ ଜୀବନ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହା ହିଁ ସତ । ଆମେ ସାଧାରଣତଃ କୌଣସି ଏକ ନୂ