ବାର୍ଡ ଫ୍ଲୁ ନେଇ ଜିଲ୍ଲା ଗୁଡିକୁ ଆଡ଼ଭାଇଜରୀ ଜାରି କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
by Argus News
Mon, Aug 26 | 12:23 p.m.

ଅର୍ଗସ ବ୍ୟୁରୋ : ଏବେ କିଛି ଦିନ ପାଇଁ ଚିକେନ୍ ନଖାଇବା ଭଲ । ବାର୍ଡ ଫ୍ଲୁ ନେଇ ଜିଲ୍ଲା ଗୁଡିକୁ ଆଡ଼ଭାଇଜରୀ ଜାରି କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଜିଲ୍ଲାୱାରୀ ଫିଭର ସର୍ଭିଲାନ୍ସ ଚାଲିଛି । ପିପିଲି ବାର୍ଡ ଫ୍ଲୁର ହଟସ୍ପଟ୍ । ତେଣୁ ଆଜି ରାପିଡ୍ ରେସପନ୍ସ ଟିମ୍ ପିପିଲି ଯାଇଛି । ଯେଉଁ ଏରିଆରୁ ବାର୍ଡ ଫ୍ଲୁ ବାହାରିଛି ସେ ଅଞ୍ଚଳକୁ କଣ୍ଟେନମେଣ୍ଟ କରିଦିଆଯାଉଛି । ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରିଦେଇ ପୋତି ଦେବା ଦରକାର ।

ଅଧିକ ପଢନ୍ତୁ : ରାଞ୍ଚିର ଏକ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଠାବ

ସବୁ ଦିନ ପବ୍ଲିକ ହେଲ୍ଥ ୟୁନିଟ୍ ଦ୍ବାରା ତଥ୍ୟ ସଂଗ୍ରହ କରାଯାଉଛି । ବାର୍ଡ ଫ୍ଲୁ କୁକୁଡ଼ାର କଂଟାକ୍ଟରେ ମଣିଷ ଆସିବା ଉଚିତ ନୁହେଁ । ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ଜ୍ବର ହେବ । ଏଥିପାଇଁ ସତର୍କ ରହିବାକୁ ସୂଚାଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ