ବାତ୍ୟା ଦୁର୍ବଳ ହେବାକୁ ନେଇ ଏପରି କହିଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା
by Argus News
Fri, Oct 25 | 12:57 p.m.

ଅର୍ଗସ ବ୍ୟୁରୋ : ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ଦାନା ? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାରୁ ଦାନା କେବଳ ବାତ୍ୟା ସ୍ଥିତିକୁ ଆସିବାପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ବିଳମ୍ବ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ‘ଦାନା’ ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା ।

ଅଧିକ ପଢନ୍ତୁ : ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ

ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଏଥିପାଇଁ ବାତ୍ୟାର ଗତିରେ ସାମାନ୍ୟ ମନ୍ଥର ହୋଇଯାଇଥିଲା ବୋଲି କହିଛନ୍ତି , ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତ ୫ରୁ ୬ ଘଣ୍ଟା ଲାଗିଥାଏ । ହେଲେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା ।
 

ଆରସିବିରେ କିଏ
37m ago
ଆରସିବିରେ କିଏ ହେବ ନୂଆ କ୍ୟାପଟେନ
ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ଦଳର ରିଟେନ୍ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସବୁଠ
LOSE WEIGHT
ମାତ୍ର 10 ମିନିଟ୍ ଚାଲିବା ଦ୍ୱାରା ଓଜନ ହ୍ରାସ କରିପାରିବେ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମୟରେ ଫିଟ୍ ରହିବା ବଡ କଥା । ଯେଉଁମାନଙ୍କର ଫିଟନେସ୍ ପାଇଁ ସମୟ ନାହିଁ ସେମାନେ କେବଳ 10 ମିନିଟ୍ ଚାଲିବା ଦ୍ୱାରା ଅନେକ ଲାଭ ପାଇପାରିବେ । ହଁ, ଦୈନିକ 10-15
PATANJALI
ଅଧିକ ବିକ୍ରି ହୋଇଛି ପତଞ୍ଜଳୀ ଖାଇବା ତେଲ
ଅର୍ଗସ ବ୍ୟୁରୋ: ପତଞ୍ଜଳୀ ପ୍ରଡକ୍ଟ ଘରେ ଘରେ ପରିଚିତ। ଏହା ସମସ୍ତଙ୍କର ଭାରି ପ୍ରିୟ। ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ପତଞ୍ଜଳୀ ପ୍ରଡକ୍ଟ। ପତଞ୍ଜଳୀ ଭିନ୍ନ ଭିନ୍