ଘର ଉପରେ ମାଡ଼ିଗଲା ଡମ୍ପର ; ଭାଙ୍ଗିଲା ଘର, ଉପୁଡିଲା ୭ଟି ଗଛ
by Argus News
Wed, Nov 29 | 10:40 a.m.

ବାଲେଶ୍ୱର : ଘର ଉପରେ ମାଡିଗଲା ଡମ୍ଫର । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ଜାମୁଝାଡ଼ି-ଧାମରା ରାସ୍ତାରେ . ଏକ ୧୬ ଚକିଆ ଡମ୍ଫର ନିଜର ଭାରସାମ୍ୟ ହରାଇ ମାଡି ଯାଇଥିବା ବେଳେ ଏକ ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି. ଏଥିସହ ୭ଟି ଗଛ ଉପୁଡିଯାଇଛି ।  ଘଟଣାରେ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ଗୁରୁତର ହୋଇଥିବାବେଳେ  ସୂଚନା ମିଳିଛି । ସୂଚନା ମୁତାବକ ପରିବାର ଲୋକଙ୍କର କୌଣସି କ୍ଷତି ହୋଇନାହିଁ ।

ଅଧିକ ପଢନ୍ତୁ : ତୀର୍ଥ କରି ଫେରୁଥିଲେ, ଟ୍ରେନରୁ ଗଳି ପଡିଲେ

ଆଜି ଭୋର ସମୟରେ ଧାମରାରୁ ଏକ ୧୬ଚକିଆ ଡମ୍ପର ଆଇରନ ଅନଲୋଡ଼ କରି ଫେରିବା ସମୟରେ ଜାମୁଝାଡ଼ି ବାଟି ଛକ ନିକଟରେ ଥିବା ସଞ୍ଜୁଲତା ଦାସଙ୍କ ଘର ଉପରେ ମାଡିଯାଇଥିଲା।ଫଳରେ ଘର ଭାଙ୍ଗିବା ସହିତ ଘର ଆଗରେ ଥିବା ନଡ଼ିଆ,ଆମ୍ବ,ଅର୍ଜୁନ ୭ଟି ଗଛ ଉପୁଡି ଯାଇଥିଲା।ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ।ଘଟଣା ସ୍ଥଳରେ ସିମୁଳିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ୫ଘଣ୍ଟା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।ଉକ୍ତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ପଠାଯାଇଛି।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ