ମର୍ଯ୍ୟାଦାପୁରୁଷଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ସାରାଦେଶ
by Argus News
Wed, Apr 17 | 8:12 p.m.

ଭୁବନେଶ୍ୱର/ନୂଆଦିଲ୍ଲୀ:  ମର୍ଯ୍ୟାଦାପୁରୁଷଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ସାରାଦେଶ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ଥର ରାମନବମୀ ପାଳନ ହୋଇଛି । ରାମଲାଲାଙ୍କ ଦର୍ଶନ ପାଇଁ ପାଖାପାଖି 50 ଲକ୍ଷ ଲୋକଙ୍କ ସମାଗମ ହୋଇଛି । ସେପଟେ ଅଯୋଧ୍ୟାରୁ ଲାଇଭ୍ ଭିଡିଓରେ ସୂର୍ଯ୍ୟତିଲକ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ବିଟ୍ କରି ମୋଦି କହିଛନ୍ତି, ଏହି ମୂହୂର୍ତ୍ତ ଭାରତୀୟଙ୍କ ଅନେକ ଦିନର ତ୍ୟାଗ, ତପସ୍ୟା ଓ ବଳିଦାନର ଖୁସି । ରାମନବମୀ ପାଇଁ ଓଡ଼ିଶାରେ ବି ସବୁଠି ଆଧ୍ୟାତ୍ମିକ ପରିବେଶ ।
 
 ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଆଜି ପ୍ରଥମ ଥର ବଡ଼ ଧୁମଧାମରେ ପାଳନ କରାଯାଇଛି ରାମ ନବମୀ । ଲୋକାରଣ୍ୟ ଅଯୋଧ୍ୟା । ପାଖାପାଖି 50 ଲକ୍ଷ ଭକ୍ତ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିଛନ୍ତି । ଭୋର 3ଟା 30ରୁ ରାମଲାଲାଙ୍କ ମଙ୍ଗଳ ଆରତୀ ହୋଇଥିଲା । 5.30ରେ ଶୃଙ୍ଗାର ଆରତୀ ଓ ସକାଳ 11.30ରେ ମହା ଅଭିଷେକ ହୋଇଥିଲା । ପରେ 12ଟାରେ ରାମଲାଲା ସୂର୍ଯ୍ୟ ତିଳକ ଧାରଣ କରି ଥିଲେ । 24 ଘଣ୍ଟାରୁ ଆଜି 19 ଘଣ୍ଟା ଭକ୍ତଙ୍କ ପାଇଁ ଦର୍ଶନ ଦେବେ ରାମଲାଲା । ଅଯୋଧ୍ୟାରୁ ଲାଇଭ୍ ଭିଡିଓ ଜରିଆରେ ରାମଲାଲଙ୍କ ସୂର୍ଯ୍ୟତିଲକ ଦର୍ଶନ କରିଥିଲେ ପିଏମ୍ । ଏହି ମୂହୂର୍ତ୍ତ ଭାରତୀୟଙ୍କ ଅନେକ ଦିନର ତ୍ୟାଗ, ତପସ୍ୟା ଓ ବଳିଦାନର ଖୁସି ବୋଲି X ଆକାଉଣ୍ଟରେ ପ୍ରକାଶ କରିଛନ୍ତି ମୋଦି  । 
 ଭକ୍ତଙ୍କ ଗହଳି ଯୋଗୁଁ ୟୁପିକୁ ସୁରକ୍ଷା ଦୃଷ୍ଟିରୁ 7ଟି ଜୋନ୍, 39ଟି ସେକ୍ଟରରେ ଅଯୋଧ୍ୟାକୁ ବଣ୍ଟାଯାଇଛି। ଟ୍ରାଫିକ୍ ମ୍ୟାନେଜ୍ ପାଇଁ ଦୁଇଟି ଜୋନ୍ ଓ 11ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । 11ଜଣ ଆଡିସିନାଲ୍ ସୁପେରିଟେଣ୍ଡ ଅଫ୍ ପୋଲିସ ଓ 26 ଜଣ ଡେପୁଟି ସୁପରିଟେନ୍ସ ଅଫ୍ ପୋଲିସ,150 ଇନ୍ସପେକ୍ଟର୍, 400 ସବ୍-ଇନ୍ସପେକ୍ଟର, 1400ରୁ ଅଧିକ କନଷ୍ଟେବଳ ଓ NDRF, SDRF ଓ ATS ନିୟୋଜିତ ଅଛନ୍ତି । 

  କେବଳ ଅଯୋଧ୍ୟା ନୁହେଁ ଓଡ଼ିଶା ବି ଆଜି ଦଶରତ ପୁତ୍ରଙ୍କ ପ୍ରେମରେ ବିଭୋର । ରାଜ୍ୟର ବିଭିନ୍ନ ସ୍ଥାନରେ ଫୁଲରେ ସଜେଇ ହୋଇଛି ରାମ ମନ୍ଦିର । ଶ୍ରୀରାମ ନବମୀ ପାଇଁ ସଂପୂର୍ଣ୍ଣ ଗେରୁଆମୟ ହୋଇଛି ଭଦ୍ରକ ସହର । ରାମ ସଂକୀର୍ତ୍ତନ, ବିଶ୍ବ ଶାନ୍ତି ମହାଯଜ୍ଞ, ହନୁମାନ ଚାଳିଶାରେ ସବୁଠି ଭକ୍ତିମୟ ପରିବେଶ । ଏପଟେ ଦେଖନ୍ତୁ, ଭକ୍ତ ଭିଡ଼ରେ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବରର ରାମମନ୍ଦିର । 9 ଦିନର ରାମଚରିତ ମାନସ ଓ ପାରାୟଣ ପରେ ଜନ୍ମ ନେଇଛନ୍ତି ପ୍ରଭୁ ଶ୍ରୀରାମ । ଏଣୁ ଖୁସି ଆଜି ଉଛୁଳା ନଦୀ ଭଳି ବୋଲ ମାନୁନି । ରାଜ୍ୟସାରା କେଉଁଠି ବାଇକ୍ ରାଲି ତ କେଉଁଠି ପୂଜାପାଠ ଚାଲିଛି । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି । ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ଭକ୍ତି, ଉପାସକ, ତପସ୍ୟା, ସତ୍ୟ, ବଳିଦାନ, ପ୍ରେମ ଏବଂ କର୍ତ୍ତବ୍ୟର ଏକ ଜୀବନ୍ତ ଉଦାହରଣ ଶ୍ରୀରାମ । ଆଜି ଭଳି ପବିତ୍ର ଦିନରେ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିବାବେଳେ ସମ୍ବଲପୁର ଦାନିପାଲି ସ୍ଥିତ ଶ୍ରୀରାମ ମନ୍ଦିର ଓ ଗାୟତ୍ରୀ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଓଡ଼ିଶା ଓ ଭାରତବର୍ଷର ସମୃଦ୍ଧି ପାଇଁ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍