କାଳୀପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ
by Argus News
Thu, Oct 31 | 8:31 a.m.

ଅର୍ଗସ ବ୍ୟୁରୋ: କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଲୋକେ । 
 ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ପୁରା ରାଜ୍ୟ ସଜବାଜ। ଚାରିଆଡେ ଖୋଲିଛି ପୁଳାପୁଳା ବାଣ ଦୋକାନ, ମେଲିଛି ଭଳିକି ଭଳି ବାଣ ପସରା। ତେବେ ବାଣ ଫୁଟାଇବା ଯୋଗୁ ବାୟୁ ଓ ଶଦ୍ଦ ପ୍ରଦୂଷଣ ବଢିବା ଆଶଙ୍କାରେ ଲୋକଙ୍କ ପାଇଁ ନିୟମାବଳୀ ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହାସହିତ ଗ୍ରୀନ୍ କ୍ରାକର ଉପରେ ଜୋର୍ ଦେଇଛି ବୋର୍ଡ। ସଂଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । 


୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା ବି ହୋଇଛି । ଦେଶ ତଥା ରାଜ୍ୟରେ ଦୀପାବଳି ସମୟରୁ ଆରମ୍ଭ ହୁଏ ପ୍ରଦୂଷଣ । ଯେଉଁଥିପାଇଁ ସୁପ୍ରିମକୋର୍ଟ ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । 

ଖଣି ଲୁଟ
now
ମାସୁମ ଖାନର ଇସଲାମ ନଗର କେଳେଙ୍କାରୀ ପରେ ଏବେ ସାମ୍ନାକୁ ଆସିଲା ଖଣି ଲୁଟର ଚିତ୍ର
ମାଲକାନଗିରି: ମାସୁମ ଖାନର ଇସଲାମ ନଗର କେଳେଙ୍କାରୀ ପରେ ଏବେ ସାମ୍ନାକୁ ଆସିଲା ଖଣି ଲୁଟର ଚିତ୍ର । ସାମ୍ନାକୁ ଆସିଛି ମାସୁମ ଖାନର ଆଉ ଏକ ଜାଲିମ କାମ। କେବଳ ସରକାରୀ ଜମି କିମ୍ବା ସରକାର
ଧାନ ମଣ୍ଡି
32m ago
ଖୁବଶୀଘ୍ର ରାଜ୍ୟରେ ଖୋଲିବ ଧାନ ମଣ୍ଡି
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ଖୋଲିବ ଧାନ ମଣ୍ଡି । ଧାନ କିଣାବିକା ସମୟରେ ଦଲାଲ ସକ୍ରିୟ ହେବାର ଆଶଙ୍କା ରହିଛି । ଏଥି ପାଇଁ ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେ
ବଲ୍ଲଭଭାଇ ପଟେଲ
ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମନେପକାଉଛି ସାରା ଦେଶ
ଅର୍ଗସ ବ୍ୟୁରୋ: ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଆଜି ମନେପକାଉଛି ସାରା ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜରାଟର କେଭାଡିଆ‍ର ଷ୍ଟାଚ୍ୟୁ ଅଫ୍ ୟୁନିଟିର