ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ଖୋଲିବ ଧାନ ମଣ୍ଡି । ଧାନ କିଣାବିକା ସମୟରେ ଦଲାଲ ସକ୍ରିୟ ହେବାର ଆଶଙ୍କା ରହିଛି । ଏଥି ପାଇଁ ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସରକାର ଦଲାଲଙ୍କ ଉପରେ ନଜର ରଖିଛନ୍ତି। ତେବେ ମୋହନ ସରକାରରେ ଦଲାଲିରାଜ ଚାଲିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । କୃଷକଙ୍କ ଖାତାକୁ ସିଧାସଳଖ 3100 ଟଙ୍କା ଯିବ। ଦିନେ ଦୁଇଦିନ ମଧ୍ୟରେ ଚଳିତ ବର୍ଷ ଲାଗି ଧାନ କିଣା ନୀତି ଜାରି ହେବ ।
ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଏଣିକି ମଣ୍ଡିକୁ ଯିବେ ଅଫିସର। ମଣ୍ଡିରେ ଅଫିସରଙ୍କ ଫଟୋ ଉଠାଇବା ପାଇଁ ପ୍ରସ୍ତୁତ ହୋଇଛି ଆପ। ପ୍ରତ୍ୟେକ ଅଫିସରଙ୍କୁ ମିଳିବ ଗୋଟେ ଗୋଟେ ମଣ୍ଡି ଦାୟିତ୍ବ । 4ରୁ 5 ମଣ୍ଡିକୁ ନେଇ ପ୍ରସ୍ତୁତ ହେବ ଜୋନ । ଜୋନ ଦାୟିତ୍ବରେ ରହିବେ ବରିଷ୍ଠ ଅଧିକାରୀ । ଏହି ଜୋନର ଅନୁଧ୍ୟାନ କରିବେ ଜିଲ୍ଲାପାଳ । ମଣ୍ଡିର ଉନ୍ନତି ପାଇଁ ପ୍ରଥମ ପର୍ଯ୍ୟାୟରେ 560 କୋଟି ବ୍ୟବସ୍ଥା କରାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।