ବିନା କୋଚିଂରେ କମାଲ କଲେ ଚାଷୀ ପୁଅ
by Argus News
Sun, Oct 20 | 5:40 p.m.

ଅର୍ଗସ ବ୍ୟୁରୋ:  ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କେନ୍ଦୁଝର ପଞ୍ଚଗୋଛିଆ ପଞ୍ଚାୟତ ବରେଶ୍ବର ଗ୍ରାମ ର ସରୋଜ ପଣ୍ଡା । ପ୍ରଥମ ଥରରେ ସେ କୃତକାର୍ଯ୍ୟ ହେବା ସହ ୨୬୯ ତମ ସ୍ଥାନ ହାସଲ କରିଛନ୍ତି। ଏହି ସଫଳତାର ସମସ୍ତ ଶ୍ରେୟ ନିଜ ବାପା ମାଆ, ଶିକ୍ଷକ , ସାଙ୍ଗସାଥୀ, ଗୁରୁଜନ ଏବଂ ଭଗବାନ ଙ୍କୁ ଦେଇଛନ୍ତି।  ଭବିଷ୍ୟତରେ ଶିକ୍ଷା, କୃଷି ଏବଂ ପରିବେଶ ଉପରେ ଗୁରୁତ୍ବ ଦେବେ ବୋଲି  କହିଛନ୍ତି ସରୋଜ।

ତୁଣ୍ଡ ଝାଳ କୁ ମୁଣ୍ଡ ରେ ମାରି ସରୋଜ ଙ୍କୁ ପାଠ ପଢ଼ାଇଥିବା ବାପା, ମା ଆଜି ପୁଅର ଏହି ସଫଳତାରେ ବହୁତ ଖୁସି।  ଭଗବାନ ପଣ୍ଡା ଏବଂ ସାବିତ୍ରୀ ପଣ୍ଡା ଙ୍କ ପୁତ୍ର ସରୋଜ ପଣ୍ଡା। ଭଗବାନ ପଣ୍ଡା ପ୍ରତ୍ୟେକ ଦିନ ସକାଳୁ ନିଜ ବାଡିରୁ ଲେମ୍ବୁ, ଲଙ୍କା ଏବଂ ଶାଗ ନେଇ ବଜାରକୁ ବିକ୍ରି କରିବାକୂ ଯାଆନ୍ତି। ଏଥିରେ ଯାହା ରୋଜଗାର କରନ୍ତି ସେଥିରେ ୫ ପ୍ରାଣୀ କୁଟୁମ୍ବ ଚଳେ । ଏଭଳି ଆର୍ଥିକ ଅନାଟନ ଭିତରେ ସରୋଜ ନିଜର ଅଧ୍ୟବସାୟ ଜାରି ରଖିଥିଲେ ।

ସରୋଜଙ୍କ ଏହି ସଫଳତା ପରେ ଗାଁରେ ଉତ୍ସବର ମାହୋଲ । ସରୋଜଙ୍କ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଶିକ୍ଷକ ସମସ୍ତେ ସରୋଜ ଙ୍କୁ ଶୋଭାଯାତ୍ରା ମାଧ୍ୟମରେ ସ୍ୱାଗତ କରିଥିଲେ ।  କଠିନ ଅଧ୍ୟବସାୟ ଆଗରେ ଆର୍ଥିକ ଅନାଟନ ହାର ମାନେ ଏବଂ ସରୋଜ ଅନ୍ୟ ମାନଙ୍କ ଉଦାହରଣ ସହ ଆମ ଅଞ୍ଚଳ ର ଗର୍ବ ଓ ଗୌରବ ବୋଲି ସରୋଜ ଙ୍କ ସାଙ୍ଗ କହିଛନ୍ତି । କଠିନ ପରିଶ୍ରମ କଲେ ନିଶ୍ଚୟ ସଫଳତା ମିଳେ । କଠିନ ପରିଶ୍ରମ ଆଗରେ ଆର୍ଥିକ ପରିସ୍ଥିତି ର ମାନେ କିଛି ନଥାଏ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ସରୋଜ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା