ଭୁବନେଶ୍ଵର ବିଜେଡି ଦଳରେ ବଢୁଛି ଅସନ୍ତୋଷର ନିଆଁ
by Argus News
Mon, Sep 23 | 8:32 p.m.

ଅର୍ଗସ ବ୍ୟୁରୋ: ଭୁବନେଶ୍ଵର ବିଜେଡିରେ ଅଲ୍ ଇଜ୍ ନଟ୍ ଓ୍ଵେଲ୍। ବଢୁଛି ଅନ୍ତଃକନ୍ଦଳ, ଦଳ ଭିତରେ ଫାଟ ଦିଶୁଛି ଜଳଜଳ। ଗତକାଲି ଶଙ୍ଖ ଭବନରେ ହଙ୍ଗାମା ପରେ ଆଜି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଦୁଇ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର। ଅଶୋକ ପଣ୍ଡାଙ୍କ ଚକ୍ରାନ୍ତ ଯୋଗୁଁ ଦଳରେ ବିଶୃଙ୍ଖଳା ବଢୁଥିବା ଉଭୟ ନେତା ଅଭିଯୋଗ କରିଛନ୍ତି। ରବିବାର ଶଙ୍ଖ ଭବନରେ ହଙ୍ଗାମା କରିଥିବା କର୍ପୋରେଟରଙ୍କ ପଛରେ ଅଶୋକ ପଣ୍ଡାଙ୍କ ହାତ ରହିଛି, ରାଜେଶ ପାତ୍ର ଏବେ ବି ବିଜେପିର ସଦସ୍ୟ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ତାଙ୍କୁ ଶଙ୍ଖ ଭବନକୁ ଆଣିଥିଲେ ବୋଲି ଉଭୟ ଅମରେଶ ଓ ବିରଞ୍ଚି ଅଭିଯୋଗ କରିଛନ୍ତି।

ପରାଜୟ ପରେ ବି ଚେତୁନାହାନ୍ତି ବିଜେଡି ନେତୃତ୍ୱ। ଏବେଠାରୁ ନଜର ନ ରଖିଲେ ଭାଙ୍ଗିଯିବ ଭୁବନେଶ୍ଵର ବିଜେଡି ଗଡ଼। ଗତକାଲିର ଘଟଣାକୁ ନେଇ ଉଭୟ କର୍ପୋରେଟର ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫେରାଦ ହୋଇ ଅଶୋକ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗଲା ନିର୍ବାଚନରେ ପରାଜୟ ପରେ ପୂର୍ବତନ ମନ୍ତ୍ରୀ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ ବୋଲି ଉଭୟ କଟାକ୍ଷ କରିଛନ୍ତି।

ସାଧାରଣ ନିର୍ବାଚନ ପରାଜୟ ହେଉନି ପୋଷ୍ଟମର୍ଟମ। କୁମ୍ଭକର୍ଣ୍ଣ ନିଦ୍ରାରେ ବିଜେଡିର ଶୀର୍ଷ ନେତୃତ୍ୱ‌। ଯାହା ଦଳୀୟ କନ୍ଦଳକୁ ପ୍ରଶମିତ କରିବା ବଦଳରେ ବଢାଉଥିବା ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ପୁଷ୍ଟିକର
କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ
ଅର୍ଗସ ବ୍ୟୁରୋ: ଆମେ ଆଗରୁ ଜାଣିଛନ୍ତି ଯେ କ୍ଷୀର ଓ କଦଳୀ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦୁଇଟି ଏମିତି ଖାଦ୍ୟ ପଦାର୍ଥ ଯାହା ମିଶାଇକି ଖାଇଲେ ଶୀଘ୍ର ଓଜନ ବଢିଇବା ସ
HEALTH
କଲରା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ ?
ଅର୍ଗସ ବ୍ୟୁରୋ: କଲରା ଖାଇବାକୁ କାହାକୁ ବି ଭଲ ଲାଗେ ନାହିଁ। ତଥାପି କଲରା ଖାଇବାକୁ ଘରେ ସମସ୍ତଙ୍କୁ ବାଧ୍ୟ କରନ୍ତି। କଲରା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ଠାରୁ କମ
AMITABH BACHCHAN
ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ସହି ପାରିଲେନି ଅମିତାଭ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଶ୍ୱ ସୁନ୍ଦରୀ। ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ଲାଇଫରେ ଅନେକ କିଛି ଚାଲିଛି। ଜୁଆଡେ ବି ଯାଅ ସେହି ଗୋଟିଏ ପ୍ରଶ୍ନକୁ ନେଇ ଆଲୋଚନା। ସତର