ଜମ୍ମୁ ଓ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ 
by Argus News
Wed, Sep 18 | 9:28 p.m.

ନୂଆଦିଲ୍ଲୀ:  କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜମ୍ମୁ ଓ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ୨୪ଟି ବିଧାନସଭା ଆସନର ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଚି । ୧୦ବର୍ଷ ପରେ ହେଉଥିବା ଏହି ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଭୋଟର ମାନେ ଲମ୍ବା ଲାଇନରେ ଠିଆ ହୋଇ ଭୋଟ ଦେଇଥିଲେ । 

ସନ୍ଧ୍ୟା 7ଟା 30ସୁଦ୍ଧା 58.85ପ୍ରତିଶତ ଭୋଟିଂ ହାଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।  କିସ୍ତଓ୍ବାର ଜିଲ୍ଲାରେ ସର୍ବାଧିକ ୭୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପୁଲଓ୍ବାମାରେ ସବୁଠୁ କମ୍ ୪୩ ପ୍ରତିଶତ ମତଦାନ ହୋଇଛି । ଭୋଟ୍‌ ଗ୍ରହଣ ପାଇଁ ମୋଟ 3 ହଜାର 276 ବୁଥ୍‌ର ବ୍ୟବସ୍ଥା କରାଯାଇଥିଲା । ଆସନ୍ତା ୨୫ରେ ଦ୍ବିତୀୟ ପର୍ଯ୍ୟାୟ ଓ ଅକ୍ଟୋବର ପହିଲାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଅକ୍ଟୋବର ୮ରେ ଜମ୍ମୁ ଓ କାଶ୍ମୀରର ୯୦ଟି ଆସନ ପାଇଁ ଗଣତି ହେବ ।  
ଅଧିକ ପଢନ୍ତୁ ଭାରତ ଖବର 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ