ଆସନ୍ତା ସେପ୍ଟେମ୍ବର ୧୮ରୁ ଜାମ୍ମୁ କାଶ୍ମୀରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ
by Argus News
Fri, Sep 06 | 7:58 a.m.

ଅର୍ଗସ ବ୍ୟୁରୋ : ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ବଢୁଛି ପ୍ରତିଦ୍ବନ୍ଦ୍ବିତା । ଆସନ୍ତା ସେପ୍ଟେମ୍ବର 18ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏନସି , ପିଡିପି ସମେତ ବିଭିନ୍ନ ଦଳ ଇସ୍ତାହାର ଜାରି କରିଥିବାବେଳେ ଆଜି ଘୋଷଣା ହେବାକୁ ଯାଉଛି ବିଜେପି ଇସ୍ତାହାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାରି କରିବେ ସଂକଳ୍ପ ପତ୍ର । ଏହାସହ ଜମ୍ମୁରେ ନିର୍ବାଚନୀ ରାଲିରେ ସାମିଲ ହୋଇ ପ୍ରଚାର କରିବେ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପରଠାରୁ ଆତଙ୍କବାଦ ସମସ୍ୟା ହ୍ରାସ ପାଇଥିବାବେଳେ ବିଜେପି ସପକ୍ଷରେ ଜନମତ ବୃଦ୍ଧି ପାଇଥିବା କହିଛନ୍ତି ଜମ୍ମୁ କାଶ୍ମୀର ବିଜେପି ସଭାପତି ତଥା ନୌସେରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ରୈନା ।

ଅଧିକ ପଢନ୍ତୁ : ହରିଆଣା, ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

ମୋଦି ସରକାର ଜମ୍ମୁ କାଶ୍ମୀରର ବିକାଶ ଉପରେ ସର୍ବାଧିକ ଗୁରୁତ୍ବ ଦେଇଥିବା କହିଛନ୍ତି ପୂର୍ବତନ ଜମ୍ମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ । ଦୀର୍ଘ 10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।  90 ବିଧାନସଭା ଆସନରେ ତିନିଟି ପର୍ଯ୍ୟାୟରେ ହେବ ନିର୍ବାଚନ । 18 ସେପ୍ଟେମ୍ବର, 25 ସେପ୍ଟେମ୍ବର ଓ 1 ଅକ୍ଟୋବରରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ  24, ଦ୍ବିତୀୟ ପର୍ଯ୍ୟାୟରେ  26 ଓ ତୃତୀୟ ପର୍ଯ୍ୟାୟରେ  40 ଆସନରେ ହେବ ମତଦାନ । 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ