ଘର ଭିତରୁ  କୁଟୁରାକୁ ଉଦ୍ଧାର କଲା ବନ ବିଭାଗ
by Argus News
Sat, Mar 23 | 10:54 a.m.

ବୌଦ୍ଧ: ଘର ଭିତରୁ  କୁଟୁରା ଉଦ୍ଧାର କଲା ବନ ବିଭାଗ।  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ପୁରୁଣାକଟକ ଥାନା ପରିସରରୁ ବିଳମ୍ବିତ ରାତିରେ ପୁରୁଣାକଟକ ବନାଞ୍ଚଳ କର୍ମଚାରୀ ଏକ କୁଟୁରାକୁ ଉଦ୍ଧାର କରିଛନ୍ତି l ପାରାପିଟ ଜଙ୍ଗଲରୁ କୁଟୁରାଟି ପୁରୁଣାକଟକ ଥାନା ପରିସରକୁ ଆସି  ଏକ ଘର ଭିତରେ ପଶିଯାଇଥିଲା ।

ଏ ନେଇ ଥାନା ଆଇଆଇସି ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ | ଖବର ପାଇ ପୁରୁଣାକଟକ ବନପାଳ ଗୋବର୍ଦ୍ଧନ ମେହେର, ଚାରିଛକ ବନପାଳ ବିଜୟାନନ୍ଦ ସାହୁ, ବନପାଳ ସତୀଶ ରଞ୍ଜନ କମ୍ପ ଇ‌ଡ୍ ସହ ପହଞ୍ଚି କୁଟୁରାଟିକୁ ଜୀବନ୍ତ ଉଦ୍ଧାର କରିଥିଲେ। ପରେ ପୁରୁଣାକଟକ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ କୁଟୁରାକୁ ନେଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା।ଆଜି ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର

MLA
ପୁଷ୍ପାଙ୍କ ନାମରେ ମାମଲା ରୁଜୁ, ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ଅଭିଯୋଗ
ଅର୍ଗସ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମର
ମାତୃ ଦିବସ
ମାତୃ ଦିବସ ଉପଲକ୍ଷେ ବୃଦ୍ଧାଶ୍ରମରେ ମା' ମାନଙ୍କୁ ପୂଜାର୍ଚ୍ଚନା
କଟକ : ଆଜି ପବିତ୍ର ମାତୃ ଦିବସ । ଏହି ଅବସର ରେ କଟକ ଜିଲ୍ଲା ନିଆଳି ବ୍ଲକ ବୃନ୍ଦାବନ ବୃଦ୍ଧାଶ୍ରମରେ ଭ୍ୟୁ ଫାଉଣ୍ଡେସନ ପକ୍ଷରୁ ମାତୃ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ
TEMPERATURES
ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନୁକୂଳ ରହିବ ପାଗ। ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ । କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାର