ଚାଷ କରି ଲକ୍ଷାଧିକ ଟଙ୍କା କ୍ଷତି ସହିଲେ ଚାଷୀ, ଗୁହାରି କଲେ ବି ଚାଷୀଙ୍କୁ ଅଣଦେଖା କରୁଛନ୍ତି ସରକାର
by Argus News
Thu, Mar 21 | 6:26 p.m.

ଅର୍ଗସ ବ୍ୟୁରୋ: ସୁନା ଫସଲରେ ଲାଗି ଯାଇଛି ନିଆଁ । ପାଣି ଅଭାବରୁ ଫସଲ ନଷ୍ଟ। ଲକ୍ଷାଧିଜ ଟଙ୍କା କ୍ଷତି ସହିଲେ ଚାଷୀ।ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଗୁରୁସିଙ୍ଗା ଗାଁ ର କୋଡିଏ ଏକର ଜମିରେ କରାଯାଇଥିବା ପନିପରିବା ଏବେ ପାଣି ନଥିବା ହେତୁ ନଷ୍ଟହୋଇଯାଇଛି। ସରକାର ଚାଷୀଙ୍କୁ ଆଶା ଦେଖାଇ ଧୋକା ଦେଇଥିବା କହିଛନ୍ତି ସ୍ଥାନୀୟ ଚାଷୀ।

ଲକ୍ଷାଧୀକ ଟଙ୍କାର ଫସଲ ନଷ୍ଟ ହେବା ଯୋଗୁଁ ମୁଣ୍ଡରେ ହାତ ଦେଲେଣି ଚାଷୀ । ସେପଟେ ଚାଷୀଙ୍କୁ ଅଣଦେଖା କରିବା କଥାକୁ ନେଇ ଦୃଢ଼ନିନ୍ଦା କରିଛନ୍ତି ସ୍ଥାନୀୟ ଚାଷୀ,ବାରମ୍ବାର  ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିଲେ ସୁଧା କେହି କର୍ଣ୍ଣ ପାତ କରୁନଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି କିନ୍ତୁ ଦାଇତ୍ୱବୋଧତା ଅଭାବରୁ ଏଭଳି ଅନେକ ଯୋଜନା ଅଧାପନ୍ତରିଆ ହୋଇ ପଡି ରହୁଛି ଏବଂ ଲୋକଙ୍କୁ କ୍ଷତିସହିବାକୁ ପଡୁଛି ତେବେ ସରକାର ପ୍ରଥମେ ସଚେତନ ହେବା ଆବଶ୍ୟକ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

SECOND
45m ago
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ