ବରଗଡ଼ ପୌର ପରିଷଦ ଆଉଟସୋର୍ସିଂ ସଫେଇ କର୍ମଚାରୀଙ୍କୁ ଠକେଇ
by Argus News
Thu, Sep 26 | 9:46 a.m.

ବରଗଡ଼: ବରଗଡ଼ ପୌର ପରିଷଦରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ ସଫେଇ କର୍ମଚାରୀଙ୍କୁ ସରକାରୀ ବିଲ ହିସାବରେ 13 ରୁ 14 ହଜାର ଟଙ୍କା ଦରମା ମିଳିବା କଥା । କିନ୍ତୁ ମିଳୁଛି 4 ହଜାର ଟଙ୍କା | ବାକି 9 ହଜାର ଟଙ୍କା ଆଦିଶକ୍ତି ନାମକ ଠିକା ସଂସ୍ଥା ଲୁଟ କରୁଥିବା ଅଭିଯୋଗ ହୋଇଛି । 2019 ମସିହାରୁ ଏହି ଲୁଟ ଚାଲିଛି । ପୌର ପରିଷଦ ଆଖି ବନ୍ଦ କରିଦେଇଛି ।  ଆଶ୍ଚର୍ଯ୍ୟର କଥା କର୍ମଚାରୀଙ୍କ ପାସବୁକ ଓ ATM କାର୍ଡ ମଧ୍ୟ ଶ୍ରୀନିବାସ ମଲିକ ନାମକ ଜଣେ କର୍ମଚାରୀଙ୍କ ପାଖରେ ବନ୍ଧା ପଡିଛି । ଏହି ଦୁର୍ନୀତିର ମାଷ୍ଟର ମାଇଣ୍ଡ ଶ୍ରୀନିବାସ ପ୍ରତି ମାସରେ 20 ଲକ୍ଷରୁ ଅଧିକ ଲୁଟ କରୁଥିବା ଅଭିଯୋଗ ହେଇଛି । 

କେବଳ ଏତିକି ନୁହେଁ ସାନିଟାରୀ ଇନ୍ସପେକ୍ଟରଙ୍କ ବିନା ଦସ୍ତଖତରେ ରେ ବିଲ ଗୁଡିକ ପାସ ହୋଇଛି ।  2019 ମସିହାରୁ ଚାଲିଛି ଏହି ମହାଲୁଟ୍। ଅର୍ଥାତ ଶ୍ରୀନିବାସ ମଲ୍ଲିକ ଓ ଠିକା ସଂସ୍ଥା ଏଯାଏଁ କୋଟି କୋଟି ଟଙ୍କା ଲୁଟି ଥିବା ଅଭିଯୋଗ। ସଫେଇ କର୍ମଚାରୀଙ୍କ ବୟାନ ଓ ପୌର ପରିଷଦର ଏହି ବିଲ୍ ଦେଖିଲେ ଯେ କେହି କହିବ ଟଙ୍କା କେମିତି ହୋଇଛି ଲୁଟ । ହେଲେ ବଡ଼ ପ୍ରଶ୍ନ କେମିତି କିଛି ଜାଣିପାରୁନାହାଁନ୍ତି ଏକଜିକ୍ୟୁଟିଭ୍ ଇଞ୍ଜିନିୟର । କେମିତି କିଛି ଜାଣିପାରୁନି ଆକାଉଣ୍ଟ ସେକ୍ସନ । କେମିତି କିଛି ଜାଣିପାରୁନାହାଁନ୍ତି ପୌରପରିଷଦ ଅଧ୍ୟକ୍ଷା।  ସବୁଠାରୁ ବଡ଼କଥା ପ୍ରତି ବର୍ଷ ଅଡ଼ିଟ ହୁଏ, ବିଲ୍ ଯାଞ୍ଚ ହୁଏ । ତଥାପି କେହି ଧରା ପଡ଼ନ୍ତି ନାହିଁ । କାରଣ ସାଧାରଣ ସଫେଇ କର୍ମଚାରୀଙ୍କୁ ଏମାନେ ଭୟଭୀତ କରି ରଖିଥିବା ଅଭିଯୋଗ ହୋଇଛି । ମୁହଁ ଖୋଲିଲେ କାମ ହରାଇବେ ବୋଲି ଧମକ ବି ଦିଅନ୍ତି। କିଛି ଦିନ ପୂର୍ବରୁ ୟୁଜର୍ସ ଫି ଘୋଟାଲାରେ 2 ଜଣ ଅଧିକାରୀ ବହିଷ୍କୃତ ହୋଇଥିବା ବେଳେ ଜଣେ ନିଲମ୍ବନ ହୋଇଛନ୍ତି । ଏବେ ପୁଣି ସାମ୍ନାକୁ ଆସିଛି ମହାଲୁଟର କାହାଣୀ ।  

ଅଧିକ ପଢନ୍ତୁ ଓଡିଶା ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା