ପିଡୀତାଙ୍କର ନୁହେଁ ବିଜେଡି ନେତାଙ୍କ ସୁରକ୍ଷାରେ ସରକାର
by Argus News
Wed, Jan 17 | 7:26 p.m.

ଭୁବନେଶ୍ୱର:  ଆଦିବାସୀ ଦିବ୍ୟାଙ୍ଗ ଯୁବତୀକୁ ହତ୍ୟା କରିଥିବା ଜହ୍ଲାଦ କିଏ, କାହା ଇସାରାରେ ହୋଇଛି ଲକ୍ଷ୍ମୀ ମାଝୀଙ୍କ ମର୍ଡର, ଘଟଣାର 27 ଦିନ ପରେ ବି କ୍ରାଇମବ୍ରାଞ୍ଚର ହାତ ଖାଲି । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଖାଲି ଏଇ ଘଟଣା ନୁହେଁ, ହାଇପ୍ରୋଫାଇଲ୍ ମହିଳା ନିର୍ଯାତନା ଓ ମହିଳା ହିଂସା ମାମଲାରେ ଚୁପ୍ ପୋଲିସ । ନାୟଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆସିଲା। କ୍ରାଇମବ୍ରାଞ୍ଚ ଦେଲା କ୍ଲିନ ଚିଟ୍। କୁନ୍ଦୁଲି, ପିପିଲି, ଟିକିରି ଘଟଣାରେ ବି ଫଳ ଶୂନ୍ । ବିଜେଡି ବିଧାୟକ ସମୀର ଦାସ ଓ ଶ୍ରୀକାନ୍ତ ସାହୁଙ୍କ ନାଁରେ ବି ଅଭିଯୋଗ ପରେ ବି ତଦନ୍ତ ପରିସରକୁ ନେଲାନାହିଁ କମିଶନରେଟ୍ ପୋଲିସ।  

ସନସାଇନ୍ ସ୍କୁଲ ପ୍ରିନସପାଲ୍ ମମିତା ମେହେରଙ୍କୁ ହତ୍ୟା କରି ପୋତିଦେଲେ। ସନ୍ଦେହଘେରକୁ ଆସିଲେ ସେତେବେଳର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ହେଲେ ତଦନ୍ତ ପରିସରକୁ ବି ଆସିଲେନି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଗୋବିନ୍ଦ ସାହୁର କଣ୍ଟାବାଞ୍ଛି ଜେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ହେଲା। ତଦନ୍ତ କଲା କ୍ରାଇମବ୍ରାଞ୍ଚ, ହେଲେ ରହସ୍ୟରୁ ହଟିଲାନି ପରଦା । ମମିତା ମେହେରଙ୍କ ମା ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି।  ସେପଟେ ମମିତା ମେହେର ଓ ମହିଳା ହିଂସା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। 
 ବିଧାନସଭାର ତଥ୍ୟ ବି ଖୋଲିଦେଇଛି କ୍ରାଇମବ୍ରାଞ୍ଚର ପାରିବାପଣିଆର ପୋଲ୍। ଗତ 9 ବର୍ଷରେ ମୋଟ୍ 189ଟି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତା ଭିତରୁ ମାତ୍ର 38ଟି କେସରେ ହୋଇଛି ଫାଇନାଲ୍ ରିପୋର୍ଟ। ଅପରାଧୀଙ୍କୁ ଘଣ୍ଟ ଘୋଡାଉଥବାରୁ ଓଡ଼ିଶାରେ ମହିଳା ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ମାତ୍ର 9.2 ପ୍ରତିଶତ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଚତୁର୍ଥ ଦିନରେ ଜାରି
4m ago
ଚତୁର୍ଥ ଦିନରେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ
ଅର୍ଗସ ବ୍ୟୁରୋ: ଚତୁର୍ଥ ଦିନରେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ।ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ରଥଚାଳି ରେ ଜାରି ରହିଛି ନିର୍ମାଣ କାର୍ଯ୍ୟ।ଚତୁର୍ଥ ଦିନର
୧୪୦ କେଜି
28m ago
୧୪୦ କେଜି ଗଞ୍ଜେଇ ଜବତ, ୩ ଗିରଫ
ଅର୍ଗସ ବ୍ୟୁରୋ: ଟିଟିଲାଗଡ଼ ଅବକାରୀ ବିଭାଗ ଓ ମୋବାଇଲ ଟିମ ସ୍ଥାନୀୟ ହାଇସ୍କୁଲ ପଡ଼ା ନିବାସୀ ଚନ୍ଦନ ଦାସଙ୍କ ଘରେ ଚଢ଼ାଉ କରି ୧୨୦ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଏଠାରୁ ୨୦ କେଜି 600
ନିର୍ବାଚନ ସମୟରେ
31m ago
ନିର୍ବାଚନ ସମୟରେ ବିଭିନ୍ନ ଦଳ ନାଁରେ ଆସୁଛି ଫେକ୍‌ କଲ
ଅର୍ଗସ ବ୍ୟୁରୋ: ସାଇବର ଅପରାଧିଙ୍କ ନୂଆ ଫଣ୍ଡା। ଆପଣଙ୍କ ଭୋଟର ଆଇଡି ହଜିଯାଇଛି। ନୂଆ ଭୋଟର ଆଇଡି ପାଇଁ ଲିଙ୍କ ପଠାଇଲୁ। ତା ଉପରେ କ୍ଲିକ କରନ୍ତୁ। ଯିଏ ସେହି ଲିଙ୍କରେ କ୍ଲିକ କରୁଛି ତ