ଟେକ୍ନୋଲୋଜି ମାଧ୍ୟମରେ କୃତ୍ରିମ ବର୍ଷା କରାଉଛନ୍ତି ଦୁବାଇ ସରକାର
by Argus News
Thu, Apr 18 | 6:20 p.m.

ଅର୍ଗସ ବ୍ୟୁରୋ: ଦୁବାଇରେ ଜାରି ରହିଛି ଭୀଷଣ ବର୍ଷା। ହେଲେ କାହିଁକି ଆଉ କଣ ପାଇଁ ଆପଣ ଜାଣିଛନ୍ତି କି, ଚାଲନ୍ତୁ ଜାଣିବା ଆରବ ରାଷ୍ଟ୍ରରେ ସେତେ ବର୍ଷା ହୁଏନି। କଥାରେ ଅଛି ପ୍ରକୃତି ଯେତିକି ଶାନ୍ତ ସେତିକି ଉଗ୍ର। କିନ୍ତୁ ଦୁବାଇ ସରକାର ପ୍ରକୃତି ସହିତ ବାରମ୍ବାର ଖେଳୁଛନ୍ତି ଯୋଉଟା କି ଜମା କରିବା କଥା ନୁହେଁ। ଆଉ ଏହାର ପରିଣାମ ଭୋଗୁଛନ୍ତି ଦୁବାଇବାସୀ। ଦୁବାଇବାସୀଙ୍କ ନିଦ ହଜାଇଛି ପ୍ରବଳ ବର୍ଷା। 

ଦୁବାଇରେ ସାଧାରଣତଃ ସେତେ ବର୍ଷା ହୁଏନି। ଟେକ୍ନୋଲୋଜି ମାଧ୍ୟମରେ କୃତ୍ରିମ ବର୍ଷା କରାଉଛନ୍ତି ଦୁବାଇ ସରକାର। କ୍ଲାଉଡ ସିଡିଂ କରି ବର୍ଷା କରାଉଛି ଦୁବାଇ ସରକାର। ନିକଟରେ ସାତ ସାତ ଥର କ୍ଲାଉଡ ସିଡିଂ କରାଯାଇଛି। ହେଲିକପ୍ଟର ଦ୍ବାରା ମେଘରେ ସିଲଭର ଆୟୋଡାଇଡ ଏବଂ ପୋଟାସିୟମ ଆୟୋଡାଇଡ ମିଶାଇ ବର୍ଷା କରାଉଛି ଦୁବାଇ ସରକାର। ଫଳରେ ରାଗିଯାଇଛି ପ୍ରକୃତି। ଆଉ ପ୍ରକୃତିର ଉଗ୍ରରୂପ ଦେଖୁଛନ୍ତି ଦୁବାଇବାସୀ। ଗୋଟିଏ ଦିନରେ ଦେଢ଼ ବର୍ଷାର ବର୍ଷା ହୋଇଛି। ବର୍ଷା ହେଲା ବେଳେ ପ୍ରକୃତିର ଭୟଙ୍କର ରୂପ ଦେଖିଛନ୍ତି ଲୋକେ। ସତରେ ପ୍ରକୃତିର କରାଳ ରୂପ ଭାରି ଭୟଙ୍କର । ସୋସିଆଲ ମିଡିଆରେ ଏହି ଘୂର୍ଣ୍ଣିଝଡ଼ର ଭିଡିଓ କଏଦ ହୋଇଛି। ଯାହାକୁ ଦେଖିଲେ ଆପଣଙ୍କର ବି ଛାତି ଥରି ଉଠିବ। ଆକାଶରୁ ପଥର ବର୍ଷା ସହ ବରଫ ବର୍ଷା ମଧ୍ୟ ହୋଇଛି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ