ପଥର ପ୍ୟାକିଂ ପାଇଁ ସରକାର ଖର୍ଚ୍ଚ କଲେ ଲକ୍ଷ ଲକ୍ଷ 
by Argus News
Sun, Sep 22 | 6:48 p.m.

ଅର୍ଗସ ବ୍ୟୁରୋ:  ତଟ ସୁରକ୍ଷା ପାଇଁ ପଥର ପ୍ୟାକିଂ କରିବାକୁ ଦୀର୍ଘ ଦିନର ଦାବି ଥିଲା...ଆଉ ତା ଅନୁସାରେ କାମ ବି ସରିଲା ....କିନ୍ତୁ ଚଳୁ କରିଦେଲେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା...କାର୍ଯ୍ୟ ସରିବାର ତିନି ମାସ ମଧ୍ୟରେ ଦବି ଗଲା ପାଖାପାଖି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଥର ପ୍ୟାକିଂ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମଠାରେ ଏବେ କୁଳ ଖାଉଛି ସୁବର୍ଣ୍ଣରେଖା ନଦୀ...ନିମ୍ନ ମାନର କାମ ଯୋଗୁଁ ତଟ ସୁରକ୍ଷା ଚିନ୍ତାରେ ସ୍ଥାନୀୟ ବାସିନ୍ଦା... ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗ ଦ୍ୱରା ସ୍ଥାୟୀ ପଥର ପ୍ୟାକିଂ ନିର୍ମାଣ ପାଇଁ ୪୮ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ବନ୍ଧ କାମ କିଛି ମାସ ତଳେ ସରିଥିବା ବେଳେ ଏବେ ସବୁ ଦବି ଗଲାଣି।

ଗୋଟେ ପଟେ ନିମ୍ନ ମାନର କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରୁଥିବା ବେଳେ ମନମୁଖୀ କାର୍ଯ୍ୟରେ ଅସନ୍ତୋଷ ସ୍ଥାନୀୟ ବାସିନ୍ଦା। କିନ୍ତୁ ଅଭିଯୋଗ କଲେ କାମ ବନ୍ଦ୍ ର ଧମକ ମିଳୁଥିଲା । କୌଣସି ବି ସମୟରେ ବନ୍ୟା ଆସିଲେ ଧୋଇ ଯିବ ଆଡ଼ି ବନ୍ଧ , ବୁଡ଼ିଯିବ ଗ୍ରାମ। ସେପଟେ ଅଧିକାରୀଙ୍କୁ ବି ଜଣାନାହିଁ କାର୍ଯ୍ୟର ପରିମାଣ କେତେ, କେବେ ଠାରୁ ଆରମ୍ଭ ହୋଇଛି ଓ କେବେ ଶେଷ ହେବ। ଦାୟିତ୍ଵ ନେବା ପୁର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିଛି ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି ବିଭାଗୀୟ ଅଧିକାରୀ। ତେବେ ଦେଖିବାକୁ ବାକି ରହିଲା କେବେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ଲିଜେଣ୍ଡସଙ୍କ ଜଲୱା
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର
ଅର୍ଗସ ବ୍ୟୁରୋ: ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ
ଓଡ଼ିଆ ଅସ୍ମିତା
ଆମେରିକାରେ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ
ଅର୍ଗସ ବ୍ୟୁରୋ: ଆମେରିକାରେ ଝଲସିଲା ଓଡ଼ିଆ ଅସ୍ମିତା । କୋଣାର୍କର ଦୃଶ୍ୟ, କୋଣାର୍କ ଚକ ସାଙ୍ଗକୁ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର
STORY
Speed 10: ଜାଣନ୍ତୁ ଦିନର ବଡ ଖବର...
ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର... () କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହା