ମୁନ୍ନାଭାଇ MBBS ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
by Argus News
Tue, Jun 25 | 5:28 p.m.

ଅର୍ଗସ ବ୍ୟୁରୋ: ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ । କଟକ ଏସସିବିରେ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତରଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଏଥିସହ ରୋଗୀଙ୍କୁ ଭଲ ବ୍ୟବହାର କରିବାକୁ ସେ କହିଛନ୍ତି । ତା ସହ ଡାକ୍ତରଙ୍କୁ ସୁରକ୍ଷା ଓ ରୋଗୀଙ୍କୁ ଚିକିତ୍ସା ସରକାରଙ୍କ ଦାୟିତ୍ୱ । ଡାକ୍ତର ଓ ରୋଗୀଙ୍କ ମଧ୍ୟରେ କେହି ବାଧା ଦେଇପାରିବେନି ବୋଲି କହିଛନ୍ତି ରାଜ୍ୟର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ। 

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ କଟକ ଏସସିବି ମେଡିକାଲ ପରିଦର୍ଶନ କରିଥିଲେ ମୁକେଶ ମହାଲିଙ୍ଗ। ପ୍ରଥମେ ପ୍ରିନସିପାଲଙ୍କ ଅଫିସରେ ପହଞ୍ଚିବା ପରେ ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ ଏବଂ ପ୍ରିନିସିପାଲ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଏହାପରେ ଏସସିବି ସୁପରିଣ୍ଟେଣ୍ଡେଣ୍ଟ ଏବଂ ପ୍ରିନିସିପାଲଙ୍କ ସହ ବ୍ୟାଟେରୀ ଗାଡିରେ ସର୍ଜରୀ ବିଭାଗରେ ପହଞ୍ଚି ରୋଗୀସେବାର ଅନୁଧ୍ୟାନ କରିଥିଲେ। 

ଏହାସହ ଚିକିତ୍ସା ସୁବିଧା ସମ୍ପର୍କରେ ରୋଗୀଙ୍କ ସହ କଥା ହୋଇ ପଚାରିବୁଝିଥିଲେ। ଏହାପରେ ମେଡିକାଲ ଜୁନିଅର ଡାକ୍ତର ଆସୋସିଏସନ୍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଜୁନିଅର ଡାକ୍ତରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ପ୍ରିନିସିପାଲଙ୍କ କନଫରେନ୍ସ ହଲରେ ଆୟୋଜିତ ବୈଠକରେ ଯୋଗ ଦେଇ ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା