ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍‌ ହାର ୯୭.୯୮ % 
by Argus News
Sun, May 26 | 9:04 p.m.

 ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ। ମାଟ୍ରିକରେ ପାସ୍‌ ହାର ୯୬ ପ୍ରତିଶତ...ଖୋର୍ଦ୍ଧାରେ ସର୍ବାଧିକ ଓ ନୂଆପଡ଼ାରେ ସବୁଠାରୁ କମ୍। ଏଥର ବି ଝିଅଙ୍କ ବାଜିମାତ୍। ପ୍ଲସ୍ ଟୁ ଆର୍ଟସରେ 81, ବିଜ୍ଞାନରେ 87 ଓ ବାଣିଜ୍ୟରେ ପାସ୍ କଲେ 82 ପ୍ରତିଶତ ଛାତ୍ରଛାତ୍ରୀ...ଧନ୍ଦାମୂଳକ ଶିକ୍ଷାରେ କୃତକାର୍ଯ୍ୟ ହେଲେ ୬୮ ଭାଗ ପରୀକ୍ଷାର୍ଥୀ...
କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଆଜି ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । 2644ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିଲା ବେଳେ, ଖୋର୍ଦ୍ଧାରେ ସର୍ବାଧିକ ଓ ନୂଆପଡ଼ାରେ ସର୍ବନିମ୍ନ ରହିଛି ପାସ୍ ହାର ।  କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନାହିଁ । ଏଥର ବି ବାଜି ମାରିଛନ୍ତି ଝିଅ । ଝିଅଙ୍କ ପାସ୍‌ ହାର ୯୬.୭୩% ରହିଥିବା ବେଳେ, ପୁଅଙ୍କ ପାସ୍‌ ହାର ୯୬.୩୯%  । ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ‌  ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ  ପାସ୍ କରିଛନ୍ତି ।

ସେହିପରି ଆଜି ବି ବାହାରିଛି ଦ୍ବାଦଶ ରେଜଲ୍ଟ । ଏକ ସଙ୍ଗେ ବାହାରିଛି କଳା, ବିଜ୍ଞାନ ଓ ବାଣିଜ୍ୟ ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର କଳାରେ ପାସ୍‌ ହାର ୮୦.୯୫, ବିଜ୍ଞାନରେ ପାସ୍‌ ହାର ୮୬.୯୩ ଓ ବାଣିଜ୍ୟରେ ପାସ୍‌ ହାର ୮୨.୨୭ ପ୍ରତିଶତ ରହିଛି । ଧନ୍ଦାମୂଳକ ଶିକ୍ଷାରେ ପାସ୍‌ ହାର ୬୮.୦୨% ରହିଛି । ଏ ବର୍ଷ ମଧ୍ୟ ଛାତ୍ରଙ୍କଠାରୁ ଛାତ୍ରୀ ଆଗରେ ରହିଛନ୍ତି । ମାଟ୍ରିକରେ କୃତକାର୍ଯ୍ୟ ହୋଇନଥିବା ଛାତ୍ରଛାତ୍ରୀ ମାନେ ସପ୍ଲିମେଣ୍ଟାରି ପରୀକ୍ଷା ଦେବା ପାଇଁ ଆସନ୍ତା ଜୁନ 10 ତାରିଖରୁ ଫର୍ମ ଫିଲ୍ପ କରି ପାରିବେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

ଆଜିଠାରୁ ଏକମାସ
24m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
46m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
48m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି