ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ 
by Argus News
Fri, Apr 19 | 9:01 p.m.

ଯାଜପୁର:  ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବରୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ହତ୍ୟାକାଣ୍ଡ ରେ ସ୍ଵାମୀ ଓ ସଂପର୍କୀୟ ନାତି କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସୂଚନା ମୁତାବକ ବିଞ୍ଝାରପୁର ଥାନା ମଧୁସୂଦନପୁର ସ୍ଥିତ ମଧୁସୂଦନପୁର ନୋଡାଲ ଉପ୍ରା ବିଦ୍ୟାଳୟ ହତା ମଧ୍ୟରେ ଥିବା ଶୌଚାଳୟରୁ ଗତ ସୋମବାର ବିନୋଦିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଏହି ଘଟଣାରେ ଦୁଇ ଜଣ ଙ୍କୁ ଅଭିଯୁକ୍ତ ମୃତକଙ୍କ ସ୍ୱାମୀ ଅଲେଖ ଚନ୍ଦ୍ର ବେହେରା ଓ ସମ୍ପର୍କୀୟ ନାତି ତଥା ଗ୍ରାମର ତ୍ରିଲୋଚନ ବେହେରାଙ୍କ ପୁଅ ବାଦଲ ବେହେରାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇ ଥିଲା। ଅଭିଯୁକ୍ତ ପୋଲିସ ଆଗରେ ହତ୍ୟାକାଣ୍ଡ କରି ବିଦ୍ୟାଳୟ ଶୌଚାଳୟ ମଧ୍ୟରେ ପକାଇଥିବା ମାନିବା ପରେ ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ଘଟଣାସ୍ଥଳ କୁ ନେଇ ସିନରିକ୍ରେଶନ କରିଥିଲା। ଆଜି ଦୁଇ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରି ପାରିବାରିକ କଳହ କୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ବିଞ୍ଝାରପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା। ଏହି ସାମ୍ବାଦିକ ସମ୍ମିଳନୀ ରେ ବିଞ୍ଝାରପୁର ଥାନା ଅଧିକାରିଣୀ ଅଂଶୁମାଳା ଦାସ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

ପ୍ରଧାନମନ୍ତ୍ରୀ ମୋଦି
ପୁଣି ୧୯ ତାରିଖ ସନ୍ଧ୍ୟାରେ ଓଡିଶା ଆସୁଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡର
HEALTH
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ